ଟାଟା ଷ୍ଟିଲ୍ ପକ୍ଷରୁ କୋଇଡ଼ା ଠାରେ ବନ ମହୋତ୍ସବ ପାଳିତ
ଯୋଡା, ଜୁଲାଇ 3, 2025: ପରିବେଶ ସନ୍ତୁଳନ ଏବଂ ଜନ ସମାଜ ପାଇଁ ବୃକ୍ଷ ର ଆବଶ୍ୟକତା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଉତ୍ସାହ ସୃଷ୍ଟି କରିବା ପାଇଁ, ଟାଟା ଷ୍ଟିଲ ପକ୍ଷରୁ ବନ ମହୋତ୍ସବ ଗୁରୁବାର କୋଇଡ଼ା ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ 15 ଜଣ ସାମ୍ବାଦିକ ସାମିଲ ହୋଇ ଚାରା ରୋପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଧନଞ୍ଜୟ ସାହୁ ଏବଂ ଅଧ୍ୟାପକ ଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ I ଟାଟା ଷ୍ଟିଲ ଫାଉଣ୍ଡେସନ ର ଅଧିକାରୀ ଏବଂ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ବନ ବିଭାଗ ର ସ୍ଥାନୀୟ ଫରେଷ୍ଟର, ରେଞ୍ଜର ଏବଂ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇ ସମସ୍ତଙ୍କୁ ଅଧିକ ରୁ ଅଧିକ ଗଛ ଲଗାଇବା ପାଇଁ ଉତ୍ସାହିତ କରିଥିଲେ I ନୀଳାଚଳ ଇସ୍ପାତ ଖଣି ଚିଫ ଶ୍ରୀ ରାହୁଲ କିଶୋର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷର ଉପାଦେୟତା ଏବଂ ପରିବେଶ ସନ୍ତୁଳନ ରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ I ବର୍ତ୍ତମାନର ପରିବର୍ତ୍ତନଶୀଳ ଜଳବାୟୁ ପାଇଁ ଗଛ ର ବହୁଳ ଆବଶ୍ୟକତା ରହିଛି ଏବଂ ଏହାକୁ ଆବାଳବୃଦ୍ଧବନିତା ହୃଦୟଙ୍ଗମ କରି ଚାରା ରୋପଣ କରିବା ର ସମୟ ଆସିଛି ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ Iବନ ମହୋତ୍ସବ ପ୍ରତି ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯାଇଥାଏ I ସ୍ଥାନୀୟ ଜନସାଧାରଣଙ୍କୁ ପରିବେଶ ସନ୍ତୁଳନ ପାଇଁ ଗଛ ଲଗାଇବା କାର୍ଯ୍ୟକ୍ରମରେ ସାମିଲ କରିବା ସହ ସଚେତନତା ସ୍ରୁଷ୍ଟି କରାଇବା ହେଉଛି ଏହି ବନ ମହୋତ୍ସବ ର ଉଦ୍ଦେଶ୍ୟ I