logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବେସରକାରୀ ଜମିରେ ସରକାରୀ କାର୍ଯ୍ୟ.

କୋରାପୁଟ :
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ଠିକାଦାର ପୋଷଣ ନୀତି ଭଳି କାମ କରାଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ଜମି ମାଲିକ ମାନେ ବିରୋଧ କରିଛନ୍ତି l
ପ୍ରାପ୍ତ ସୂଚନା ଅନୁଯାୟୀ, ଛତର୍ଲା ପଞ୍ଚାୟତ ମୋକlଗାଁ ନିକଟରେ ଏକ ଖେଳପଡ଼ିଆ ଚାରୀ ବର୍ଷ ପୂର୍ବରୁ ନିର୍ମିତ ହୋଇସାରିଛି l ପ୍ରାୟ ଦଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ କରି ସାହାଣୀମୁଣ୍ଡା ଗ୍ରାମର ତିନି ଜଣ ପଟ୍ଟାଧାରୀଙ୍କ ଜମିରେ ଏହି ଖେଳ ପଡିଆ ଏବଂ ମୁଖ୍ୟ ସଡ଼କକୁ ସଂଯୋଗ କରିବାକୁ ମେଟାଲ ମୁରୁମ ରାସ୍ତା ତିଆରି କରାଯାଇଛି l
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏମାନଙ୍କ ସରଳତାର ସୁଯୋଗ ନେଇ ଏଠାର କିଛି ମୁଷ୍ଟିମେୟ ପ୍ରକୃତିର ଠିକାଦାର, ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ଆଜି ବେସରକାରୀ ଜମିରେ ସରକାରୀ ଅର୍ଥ ବ୍ୟୟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ସନ୍ଦେହ ହେଉଛି l ପୂଣି କିଭଳି ଭାବେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେଇ ପୋଟାଧlରିଙ୍କ ଜମିରେ ଖେଳ ପଡିଆ ନିର୍ମାଣ ହେଲା.... ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏହାର ତଦନ୍ତ ହେଲେ ପ୍ରକ୍ରୁତ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

118
5112 views

Comment