logo

ସରସ୍ଵତୀ ବିଦ୍ୟାମନ୍ଦିର ଦାମନଯୋଡିରେ ଆଚାର୍ଯ୍ଯ ଆଚାର୍ଯ୍ଯା କର୍ମଶାଳା ଉଦ୍ ଯାପିତ ।ଦାମନଯୋଡି,କୋରାପୁଟ।

ଦାମନଯୋଡ଼ି ସରସ୍ଵତୀ ବିଦ୍ୟାମନ୍ଦିର ରେ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ
-----------------------------------------+
ନାଲକୋ ଶିଳ୍ପାଞ୍ଚଳସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ତ୍ରିଦିବସୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳାର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩, ୨୪ଓ ୨୫ତାରିଖ ଉକ୍ତ ତିନି ଦିନ ଧରି ଶିଶୁବାଟିକା ଠାରୁ ଆରମ୍ଭ କରି ଉଚ୍ଚମାଧ୍ୟମିକ ସ୍ତରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ। ଏଥିରେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ଦିନ ପାଞ୍ଚଟି ଲେଖାଁଏ କଳାଂଶ ଅନୁଷ୍ଠିତ ହେଉଥିଲା ଏବଂ ଦକ୍ଷ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ବିଭିନ୍ନ ବିଷୟ ଭିତ୍ତିକ ଆଲୋଚନା ଓ କ୍ରିୟାକଳାପ କରାଯାଇ ଆଦର୍ଶ ଶିକ୍ଷା ଦାନ ସମ୍ପର୍କିତ ଯୋଜନା ପ୍ରସ୍ତୁତି ହୋଇଥିଲା।
ଉଦଯାପନୀ ସମାରୋହରେ ସମାରୋପ ସଙ୍ଗୀତ ଗାନ କରାଯାଇ ଥିଲା, ବିଦ୍ୟାମନ୍ଦିର ପରିଚାଳନା ସମିତିର ସମ୍ପାଦକ ଡ. ଚିତ୍ତରଞ୍ଜନ ମିଶ୍ର ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଶା ଶିକ୍ଷାବିକାଶ ସମିତିର ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା କର୍ମଶାଳାର ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଚନ୍ଦ୍ରମୋହନ ମହନ୍ତ (ମହାପ୍ରବନ୍ଧକ ମାନବସମ୍ବଳ ଓ ପ୍ରଶାସନ ବିଭାଗ, ନାଲକୋ) ଏବଂ ମୁଖ୍ୟ ବକ୍ତା ଭାବେ ଡ. କିଶୋର ଚନ୍ଦ୍ର ମହାନ୍ତି (ସଭାପତି ଶିକ୍ଷାବିକାଶ ସମିତି, ଓଡ଼ିଶା) ଶିଶୁ ମାନଙ୍କ ଜୀବନ ଗଠନରେ ଆଚାର୍ଯ୍ୟ ମାନଙ୍କ ଭୂମିକା ତଥା ବିଭିନ୍ନ ବିଷୟରେ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ଶାନ୍ତିଲତା ମହାରଣା, ହେମନ୍ତ କୁମାର ରାଉତରାୟ, ଅନୁରାଧା ପଟ୍ଟନାୟକ କୁନି ପ୍ରଭୃତି ଆଚାର୍ଯ୍ୟ, ଆଚାର୍ଯ୍ୟ। ମାନେ କର୍ମଶାଳା ଉପରେ ନିଜ ନିଜ ମତାମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଶିକ୍ଷାବିକାଶ ସମିତିର ସଦସ୍ୟ ନରେନ୍ଦ୍ର ରାଉଳ, ମାଧବ ଚନ୍ଦ୍ର ଶତପଥୀ, ସୁବ୍ରତ କୁମାର ପଟ୍ଟନାୟକ, ସୁକାନ୍ତ ପାଣିଗ୍ରାହୀ, ଦ୍ରୌପଦୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟାମନ୍ଦିରର ଅଧ୍ୟକ୍ଷ୍ ଡ. ଶୁଭ୍ରାଂଶୁ ଶେଖର ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଡ. ସ୍ଵାତୀ ଚାଟାର୍ଜୀ ସଭାକାର୍ଯ୍ୟ ସଞ୍ଚାଳନ କରିବା ସହିତ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ କରିଥିଲେ।

88
2464 views