logo

ଷୋଳପଦା କଂଗ୍ରେସ କମିଟି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ l

ଅନୁଗୋଳ (କରୁଣାକର ନାୟକ)୨୫/୬ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ଷୋଳପଦା କଂଗ୍ରେସ କମିଟି ପକ୍ଷରୁ ଠାକୁରଗଡ଼ ସ୍ଥିତ ହନୁମାନ ମନ୍ଦିର ପରିସର ମଧ୍ୟରେ ଅନାମ ଚରଣ ସ୍ବାଇଁଙ୍କ ଆହ୍ଵାନ କ୍ରମେ ଜାତୀୟ ଦଳ କଂଗ୍ରେସ୍ ଦଳ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଦଳର ବରିଷ୍ଠ କର୍ମୀ ଲୋଚନ ସାହୁ ସଭାପତିତ୍ବ କରିଥିଲାବେଳେ ଷୋଳପଦା ଅଞ୍ଚଳରେ ଥିବା ୧୦ ଗୋଟି ପଞ୍ଚାୟତ ର ୧୦୦ ରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ତୃଣ ମୂଳ ସ୍ଥରରୁ ଦଳ ସଂଗଠନ କୁ ମଜଭୁତ କରି ଆସନ୍ତା ତ୍ରିସ୍ତରୀୟ ଓ ବିଧାନସଭା ନିର୍ବାଚନ ରେ ରାହୁଳ ଗାନ୍ଧୀଙ୍କ ହାତ ମୁଠାକୁ ଶକ୍ତ କରିବାକୁ ଉକ୍ତ ବୈଠକ ରେ ବିଶଦ ଭାବେ ଆଲୋଚନା କରାଯାଇଥିଲା l ସଂଗଠନ ର ଆବାହକ ଅନାମ ଚରଣ ସ୍ୱାଇଁ ,ବରିଷ୍ଠ ନେତା ଭଗବାନ ସାହୁ, ଶତ୍ରୁଘ୍ନ ସାହୁ, ଲୋଚନ ସାହୁ, ଦେବରାଜ ପ୍ରଧାନ , ଗିରିଶ ଚନ୍ଦ୍ର ନାୟକ, ବସନ୍ତ କୁମାର ନାୟକ , ହେମନ୍ତ କୁମାର ଖୁଣ୍ଟିଆ ସମେତ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମାନଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳାରେ ବୈଠକ ଟି ଉଦଯାପିତ ହୋଇଯାଇଛି l

371
5864 views