logo

ଗଞ୍ଜାମ ଜିଲ୍ଲା ଆସିକା ଗ୍ରସ୍ତରେ ଓଡିଶା ମୁଖ୍ୟମନ୍ତ୍ରୀ, ଯୁବ ଶକ୍ତି ସମାବେଶରେ କଲେ ଯୋଗଦାନ

ଗଞ୍ଜାମ ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ, ଯୁବ ଶକ୍ତି ସମାବେଶରେ କଲେ ଯୋଗଦାନ

ଗଞ୍ଜାମ - ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସ୍କା ଠାରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ଯୋଗଦାନ କରିବା ପରେ ପୁଣି ସଡକପଥ ରେ ଭୁବନେଶ୍ୱର ଫେରିଛନ୍ତି।
ଆସ୍କା କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ଐତିହ୍ୟର ନଗରୀ ଆସିକା ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଗତ ୨୪ ବର୍ଷ ପରେ ଯେଉଁ ପରିବର୍ତ୍ତନ ଆସିଥିଲା
ସେହି କ୍ଷେତ୍ରରେ ଯୁବ ନେତୃତ୍ବର ଭୂମିକା ନେଇ ପ୍ରଶଂସା କରିଥିଲେ। ଏପରିକି ସବୁ କ୍ଷେତ୍ରରେ ଗଞ୍ଜାମ ପ୍ରମୁଖ ଭୂମିକାରେ ରହି ଆସିଥିବା ବେଳେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେଓ ଓ ପାରାଳା ମହାରାଜାଙ୍କ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସେହିପରି ଗଞ୍ଜାମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବିଷୟକୁ କହିବା ସହିତ ଗଞ୍ଜାମର ତଥାକଥିତ ଗଡକୁ ଭାଙ୍ଗି ସରକାର ଆସିବା ପରେ ଏଠାରେ ତ୍ରିପଲ ଇଞ୍ଜିନ୍ ପ୍ରତିଷ୍ଠା କରିପାରିଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ସେହିପରି ଯୁବ ଶକ୍ତି ଭାରତର ପ୍ରମୁଖ ଶକ୍ତି ହୋଇଥିବା ବେଳେ ରାଜ୍ୟର ଯୁବ ସଂଖ୍ୟା ଯୁବ ଶକ୍ତି ଉପରେ ଭରସା କରୁଥିବା ବେଳେ ଗତ ମଣ୍ଡଳ କମିଶନର ୩୬ ବର୍ଷ ପରେ ରାଜ୍ୟରେ ପଛୁଆ ବର୍ଗଙ୍କ ପାଇଁ ବହୁତ ବଡ଼ ବଡ଼ କଥା କହୁଥିଲେ , ହେଲେ ପଛୁଆବର୍ଗ ଙ୍କ ପାଇଁ କୈାଣସି ଘୋଷଣା କଲେ ନାହିଁ । ବର୍ତ୍ତମାନ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ।
ରାଜ୍ୟରେ ଆଇଟିଆଇ ଠାରୁ ଆରମ୍ଭ କରି ଚାହିଦା ମୁତାବକ ଆଇଟି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି । ଆଇଟି ଓ ଅତ୍ୟାଧୁନିକ ଶିକ୍ଷା ପାଇଁ ସିଙ୍ଗାପୁର ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ କରାଯାଇଛି।
ସେହିପରି ନିଯୁକ୍ତି କ୍ଷେତ୍ରର ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଦେଶରେ କ୍ରିକେଟ୍ ଖେଳକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ବର୍ତ୍ତମାନ ଆଇପିଏଲ୍ ୧୦ ଗୋଟି ଟିମ୍ ଗଠନ ହୋଇଥିବା ଏବଂ ଏଥିରେ ଓଡ଼ିଶାର କିଛି ଯୁବ ବର୍ଗ ଏଥିରେ ସାମିଲ ହେଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ।
କେବଳ ସହର କ୍ଷେତ୍ରରେ ନୁହେଁ ଗ୍ରାମାଞ୍ଚଳରେ ଯେପରି କ୍ରୀଡ଼ାରେ ବିକାଶ ହେବ ସେ ନେଇ ଗୁରୁତ୍ବ ଦିଆଯାଉଥିବା ବେଳେ ରାଜ୍ୟରେ ୩୧୪ ବ୍ଳକରେ ଷ୍ଟାଡିୟମ ନିର୍ମାଣ ପାଇଁ ୪୧୨୪ କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି।
ରାଜ୍ୟରେ ସରକାର ଆସିବା ପୂର୍ବରୁ ଦେଢ଼ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲୁ , ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛତା କରାଯିବା ସହିତ ଇତିମଧ୍ୟରେ ୧୦ ଟି ମେଳା କରିବା ସହିତ ୨୮ହଜାର୩୪୬ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆହୁରି ୪୦ ହଜାର ଯୁବକଙ୍କୁ ଚାକିରୀ ଦିଆଯିବ । ବର୍ତ୍ତମାନ ବିଚାରଧାରର ପରିବର୍ତ୍ତନ ସହିତ ରାଜ୍ୟରେ ସୁବର୍ଣ୍ଣ ସୁଯୋଗର ସୁବର୍ଣ୍ଣ ଯୁଗ ଆରମ୍ଭ ହେବାକୁ ଯାଉଛି ।

ଗଞ୍ଜାମ ଜିଲ୍ଲାର ଆସ୍କାରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ପଶୁସମ୍ପଦ ଓ ଗୋପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶନୀ , କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ , କ୍ରୀଡା ଓ ଯୁବସେବା ବିଭାଗର ସଚିବ ସଚିବ ଭାସ୍କର ଜ୍ୟୋତି ଶର୍ମା , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଞ୍ଚାସୀନ ରହିଥିଲେ।

5
176 views