logo

"ଏକ ପୃଥିବୀ ଏକ ସ୍ବାସ୍ଥ୍ୟ" *ଦାମନଯୋଡିରେ ବିଶ୍ଵ ଯୋଗ ଦିବସ ପାଳିତ*

*"ଏକ ପୃଥିବୀ ଏକ ସ୍ବାସ୍ଥ୍ୟ" ବିଶ୍ଵ ଯୋଗ ଦିବସ ପାଳିତ*
ଦାମନଯୋଡି: "ଏକ ପୃଥିବୀ ଏକ ସ୍ବାସ୍ଥ୍ୟ" ଏହି ସ୍ଳୋଗାନ ନେଇ ସାରା ବିଶ୍ୱରେ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡିରେ ନାଲକୋ ସମେତ ବିଭିନ୍ନ ବିଦ୍ୟାଳୟ ଓ ସଂଗଠନ ପକ୍ଷରୁ ମଧ୍ୟ ବିଶ୍ଵ ଯୋଗ ଦିବସ ପାଳନ କରଯାଇଥିଲା । ତେବେ ବିଗତ ସପ୍ତାହେ ବ୍ୟାପି ବିଭିନ୍ନ ପାରିପାର୍ଶ୍ବିକ ଗ୍ରାମ ଓ ସଂଗଠନ ଗୁଡ଼ିକରେ ଚାଲୁ ରହିଥିଲା ଏହି କାର୍ଯ୍ୟକ୍ରମ । ୨୦୧୪ ମସିହାଠାରୁ ପ୍ରତବର୍ଷ ଜୁନ୍ -୨୧ ତାରିଖରେ ବିଶ୍ବ ଯୋଗ ଦିବସ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ନାଲକୋ କ୍ଳବ୍ ପରିସରରେ ମୁଖ୍ୟ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଆବାଳ ବୃଦ୍ଧ ବନିତା ସମ୍ମିଳିତ ହୋଇ ଯୋଗ କରିଥିଲେ । ଦାମନଯୋଡି ପାତଞ୍ଜଳି ଶାଖା ର ଯୋଗଗୁରୁ ଡଃ ନିରୋଦ ପ୍ରଧାନ ଯୋଗର ଉପାଦେୟତା ବିଷୟରେ ଅବଗତ କରାଇବା ସହ ଯୋଗ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ନାଲକୋ ବାଣିଜ୍ୟିକ ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଦିନ ଅନ୍ୟୁନ ଅଧଘଣ୍ଟା ନିଜ ଶରୀର ଓ ମାନସିକ ସୁସ୍ଥତା ପାଇଁ ଯୋଗ କରିବା ପାଇଁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା । ଶେଷରେ ବାଣିଜ୍ୟିକ ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏତଦ୍ ବ୍ୟତୀତ ବିଭିନ୍ନ ବିଦ୍ୟାଳୟ, ପାତଞ୍ଜଳି ଶାଖା, ପ୍ରଜାପିତା ବ୍ରହ୍ମକୁମାରୀ, ଗାୟତ୍ରୀ ପ୍ରଜ୍ଞା ପୀଠ, ନିଗମାନନ୍ଦ ଆଶ୍ରମ, ଠାକୁର ଅନୁକୂଳ ଚନ୍ଦ୍ର ଆଶ୍ରମ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସମେତ ବହୁ ସଂଗଠନ ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଳନ କରଯାଇଥିଲା ।

75
2703 views