logo

ବେଦ ପାଠଶାଳା ପକ୍ଷରୁ ଯୋଗ ସଚେତନତା

ଭୁବନେଶ୍ୱର,୨୦/୬ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦବେଦ ପାଠଶାଳା ପକ୍ଷରୁ ଏକାଦଶତମ ଆନ୍ତର୍ଜାତିୟ ଯୋଗ ଦିବସ ପୂର୍ବରୁ ଯୋଗ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି l ସଚେତନ ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଅଛି ।ନିରାକାରପୁର ଗଣେଶ ପଡିଆ ଠାରୁ ଥାନା ପର୍ଯ୍ୟନ୍ତ ବେଦ ବିଦ୍ୟାଳୟ ର ଛାତ୍ର ମାନେ ସ୍ଲୋଗାନ ଦେଇ, ଯୋଗ କରି ନିରୋଗ ରହିବା, ଯୋଗ ରକ୍ଷା ଦେଶର ରକ୍ଷା, ବେଦର ସେବା ଦେଶର ସେବା, ଯୋଗର ବାର୍ତ୍ତା ବିଶ୍ଵ ଶାନ୍ତିର ବାର୍ତା, ଗୋମାତା ରକ୍ଷା ଦେଶ ସୁରକ୍ଷା ଇତ୍ୟାଦି ପଦଯାତ୍ରା କରି ସଚେତନ କରିଥିଲେ l ଯୋଗ ଦ୍ବାରା ବିଶ୍ବର କଲ୍ୟାଣ ହେବା ସହ କିପରି ମାନବ ସମାଜର ଶାରୀରିକ, ମାନସିକ ଓ ଭୌତିକ ବିକାଶ ହୋଇଥାଏ ଏହି ଜନ ସଚେତନତା ପ୍ରମୁଖ ଲକ୍ଷ ଥିଲା। ଏହି କାର୍ଯ୍ୟକ୍ରମକୁ ବେଦ ପାଠଶାଳାର ପ୍ରଧାନ ଆଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ସୀତାକାନ୍ତ ଦାଶ। ପଣ୍ଡିତ ଚନ୍ଦନ କୁମାର ଦାଶ। ପଣ୍ଡିତ ବସନ୍ତ କୁମାର ପଣ୍ଡା ଓ ଯୋଗ ଗୁରୁ କୃଷ୍ଣ କେଶବ ମହାପାତ୍ର ସ୍ଥାନୀୟ ଯୁବ ଯୋଗ ପ୍ରେମୀ, ସମାଜସେବୀ ଶଙ୍କର୍ଷଣ ପ୍ରଧାନ, ଅଶୋକ ପରିଡ଼ା, ଅଶୋକ ବ୍ରହ୍ମା, ଭରତ ବେହେରା, ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ସହଯୋଗ କରିଥିଲେ ।

76
1481 views