
ପାଟଣା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୀଣାପାଣି ନାୟକ,
ବିଜେଡି ଛାଡ଼ି ବିଜେପି ରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷା
ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପନିର୍ବାଚନ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପାଟଣା ବ୍ଲକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଏକ ମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥତ୍ପତ୍ର ଦାଖଲ କରି ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପାଟଣା ବ୍ଲକର ୨୦ଟି ପଞ୍ଚାୟତ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ୧୪ଜଣ ବୀଣାପାଣିଙ୍କ ସପକ୍ଷରେ ରହି ଉପସ୍ଥିତ ଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ସମର୍ଥିତ ୬ ଜଣ ସମିତି ସଭ୍ୟ ଅନୁପସ୍ଥିତ ଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ବୀଣାପାଣି ନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ନିର୍ଦ୍ଧାରିତ ସମୟରେ ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ବୀଣାପାଣିଙ୍କୁ ଅଧ୍ୟକ୍ଷା ଭାବେ ବିଜୟୀ ଘୋଷଣା କରିଥିଲେ।ବୀଣାପାଣି ନାଏକ ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି। ଏନେଇ ତାଙ୍କୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ୍, ବିଜେପି ବରିଷ୍ଠ ନେତା ରାଧାକାନ୍ତ ମହାନ୍ତ ତାଙ୍କୁ ଉତ୍ତୋରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏନେଇ ଦଳୀୟ କର୍ମୀମାନଙ୍କ ମନରେ ଉତ୍ସହ ଦେଖିବାକୁ ମିଳିଥିଲା। ଏନେଇ ଦଳୀୟ ସମ୍ବର୍ଦ୍ଧନା ସଭାରେ ଦଳୀୟ କର୍ମୀମାନେ ନୂତନ ବ୍ଲକ ଅଧ୍ୟକ୍ଷା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୂଷାଖରୀ ସରପଞ୍ଚ ଭାମାମଣୀ ଦାଶ୍, କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକ,ମଣ୍ଡଳ ସଭାପତି ଜୁଲିୟସ ସିଂହ, ମୋନଜ ମହାନ୍ତ, ବ୍ରଜ ସେଠୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ।