logo

ଟ୍ରକ ରେ ଲାଗିଲା ନିଆଁ

୧୬ନମ୍ବର ଜାତୀୟ ରାଜପଥ ସୁନେଇ ରୁପେଇ ଛକରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ. ନିଆଁ ଲାଗି ଜଳିଗଲା ଟ୍ରକ l ସ୍ଥାନୀୟ ଯୁବକଙ୍କ ସହାୟତାରେ
ସୁରକ୍ଷିତ ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରାଯାଇଅଛି l ଟ୍ରକ ରେ ଲୁହା ପଥର ବୋଝେଇ ହୋଇ ବିଶାଖାପାଟଣା ରୁ ପାରାଦ୍ୱୀପ ଯାଉଥିଲା l
ଟ୍ରକରେ କୁହା ପଥର ବୋଝେଇ ହୋଇ ଯାଉଥିବା ବେଳେ ଓଭର ଲୋଡିଂ କାରଣରୁ ପ୍ରଥମେ ଇଂଜିନ ରୁ ଧୂଆଁ ବାହାରିଥିଲା l ଅଧିକରୁ ଅଧିକ ଧୂଆଁ ବାହାରିବା ସହ ଟ୍ରକ ର କ୍ୟାବିନ ଜଳିବାରେ ଲାଗିଥିଲା l ଏହି ଘଟଣାକୁ ଦେଖି ସ୍ଥାନୀୟ ଯୁବକ ମାନେ ଟ୍ରକ କୁ ଅଟକାଇଥିଲେ l ଟ୍ରକ କୁ ଅଟକାଇ ସୁରକ୍ଷିତ ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରିଥିଲେ l ଚାଳକଙ୍କୁ ଉଦ୍ଧାର କରିବା ସହ ଯୁବକ ମାନେ ପାଣି ଆଣି ନିଆଁ କୁ ଲିଭାଇବାକୁ ଉଦ୍ୟମ କରିଥିଲେ l କ୍ୟାବିନ ଟି ସମ୍ପୂର୍ଣ ଭାବେ ପୋଡି ଜଳି ଯାଇଅଛି l ଖବର ପାଇ ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି

32
708 views