logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଣି ଚରଣ ଶାରଳା ଏକାଡେମୀ ପରିସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୧ ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର ୧୮/୬- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଲକ ବଜାର ଠାରେ ଥିବା ମଣିଚରଣ ସାରଳା ଏକାଡେମୀ ପରିସରରେ ମା ଶାରଳା ଫାଉଣ୍ଡେସନ ଓ ୧୯୯୪ ବ୍ୟାଚ ଛାତ୍ର ଛାତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମା ଶାରଳା ଫାଉଣ୍ଡେସନର ପ୍ରତିଷ୍ଠାତା ସୋନାଲି ମହାନ୍ତି, ସଦସ୍ୟ ସଦସ୍ୟା ସଞ୍ଜୟ ମହାପାତ୍ର, ଦିବ୍ୟ ପ୍ରକାଶ ମନ୍ମୟ କୁମାର, ଶିଶୁ ରଞ୍ଜନ ମହାନ୍ତି, ଝୁନି ବାଳା ଦାସ, ପାୟଲ ପ୍ରିୟଦର୍ଶିନୀ ଜେନା, ଶୁଭସ୍ମିତା ମହାନ୍ତି, ଜଗନ ଦାସ, ହୃଷିକେଶ ପରିଡା, ଦେବାଶିଷ ପାତ୍ର, ବଳରାମ ଦାସ, ସୋମ୍ୟ ରଞ୍ଜନ ମହାନ୍ତି, ଶ୍ରୀନିବାସ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ଶିବିରକୁ ଜଗତସିଂହପୁର ରକ୍ତ ଭଣ୍ଡାର ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରକ୍ତ ସଂଗ୍ରହ କରିଥିଲେ l ଏଥିରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିରରେ ଓଡ଼ିଶା ସରକାରଙ୍କ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗଦେଇ ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମଣି ଚରଣ ଶାରଳା ଏକାଡେମୀ ର ୧୯୯୪ ବ୍ୟାଚ ର ପ୍ରାର୍ଥ ସାରଥୀ ମହାପାତ୍ର, ସରୋଜ କୁମାର ମଲ୍ଲିକ, ସୁଦର୍ଶନ ନାଥ, ବଟ ଚରଣ ଦାଶ, ଜୟନ୍ତ ମଲ୍ଲିକ, ସୁଧୀର କୁମାର ନାଥ, ରଶ୍ମି ରଞ୍ଜନ ବେହେରା, ଅମୁଲ୍ୟ ସାହୁ, ଦିନେଶ ରାୟ, ଦେବେନ୍ଦ୍ର ଦାସ, ହିମାଂଶୁ ଶେଖର ମହାନ୍ତିଙ୍କ ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

124
3664 views

Comment