ବିଭିନ୍ନ ପଞ୍ଚାୟତ ରେ ବିକାଶ ବାହାନ ରଥ କୁ ବିପୁଳ ସ୍ଵାଗତ।
ପାଟଣା ରାଜ୍ୟ ସରକାର ର ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ବାର୍ତ୍ତା ପହଞ୍ଚାଇବା ବୁଲୁଥିବା ବିକାଶ ବାହାନ ରଥ କୁ ପାଟଣା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଉଅଛି। ପାଟଣା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ହେଉ ବା ହାଇସ୍କୁଲ ରେ ହେଉ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୂତନ ଭାବରେ ସାମିଲ ହୋଇଥିବା ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଦୟ ଗୃହ, ରାସନ୍ କାର୍ଡ, ଜବ କାର୍ଡ, ଜମି ପଟ୍ଟା ପ୍ରଦାନ ଓ ବର୍ଦ୍ଧିତ ଭତ୍ତା ପ୍ରଦାନ କରା ଯାଉଅଛି। ପ୍ରତ୍ୟେକ ପଞ୍ଚାୟତ ମାନଙ୍କରେ ଏହି ସବୁ କାର୍ଯକ୍ରମକୁ ବ୍ଲକ ପ୍ରଶାସନ ହାତକୁ ନେଇ ଏ ସମସ୍ତ ଯୋଜନା ଉପରେ ଜନ ସାଧାରଣ ଙ୍କୁ ଅବଗତ କରା ଯାଇଉଅଛି। ଏହି କାର୍ଯ୍ୟକ୍ରମ ରେ ବହୁ ବିଜେପି ନେତା, ବିଜେପି କର୍ମୀମାନେ ଯୋଗ ଦେଉଛନ୍ତି. ପ୍ରତେକ ପଞ୍ଚାୟତରେ ସମସ୍ତ ପଞ୍ଚାୟତ କୁ ରଥ ବୁଲିବ ବୋଲି ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ ସୂଚନା ଦେଇଛନ୍ତି। ଏ ସବୁ କାର୍ଯକ୍ରମ ରେ ବ୍ଲକ୍ ର ସମସ୍ତ ବିଭାଗୀୟ ଅଧିକାରୀ ସହଯୋଗ କରୁଛନ୍ତି। ଏବଂ ପଞ୍ଚାୟତର ସରପଞ୍ଚ ଙ୍କ ସବୁ ବିଭାଗର କର୍ମଚାରୀ ସହଯୋଗ କରୁଛନ୍ତି.