logo

ଗଂଜାମ ଜିଲ୍ଲାର ମାଆ ସିଂହାସନୀ ପୀଠ ରେ ରଜ ସଂକ୍ରାନ୍ତି ରେ ୫୦ହଜାର ରୁ ଅଧିକ ଶ୍ରଦ୍ଧାଳୁ ଙ୍କ ସମାଗମ।

ଗଂଜାମ: ପୋଲୋସରା:୧୫/୦୬ ଆଜି ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତ ର କରସିପଡା ଠାରେ ବିଜେ ମାଆ ସିଂହାସନୀ ଙ୍କ ଶକ୍ତି ପୀଠ। ଏହି ପୀଠ ରେ ତିନିଦିନ ଧରି ପାଳିତ ହୁଏ ରଜ ପର୍ବ। ଆଜି ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ରେ ଦେଖିବାକୁ ମିଳିଥିଲା ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼। ଗଂଜାମ ବ୍ୟତୀତ ବାହାରୁ ଜିଲ୍ଲା ରୁ ମଧ୍ୟ୍ୟ ବହୁ ଭକ୍ତ ଆସି ମାଆ ଙ୍କୁ ଦର୍ଶନ କରିବା ସହ ମୁଣ୍ଡନ କରି ଭୋଗ ରାଗ ଲଗାଇ ଥିଲେ। ଚଳିତ ବର୍ଷ ପ୍ରବଳ ଗରମ ସ୍ୱତେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ ଭକ୍ତ ଙ୍କ ଜନ ସମାଗମ ହେବାର ଦେଖା ଯାଇଥିଲା। ଗହଳି କୁ ଦୃଷ୍ଟି ରେ ରଖି ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଥିଲା। ଜିଲ୍ଲା ପ୍ରଶାସନ ତରଫରୁ ପୋଲସରା ତହସିଲ ଦାର, ବି ଡି ଓ, ଏବଂ ଥାନା ଅଧିକାରୀ ଗଣ ଉପସ୍ଥିତ ରହି ଆଇନ୍ ଶୃଙ୍ଖଳା କୁ ନିୟନ୍ତ୍ରଣ କରିଥିଲେ । ଏହା ବ୍ୟତୀତ ସେ ଅଂଚଳ ର ବହୁ ସ୍ୱେଚ୍ଛା ସେବୀ ସଙ୍ଗଠନ ରହି ମାଆ ଙ୍କ କାର୍ଯ୍ୟ ରେ ସହଯୋଗ କରି ଥିଲେ।
Report:AIMA MEDIA, Ganjam।

4
122 views