logo

ଗୁଜରାଟ ରାଜ୍ଯ ସ୍ଥିତ ଅହମ୍ମଦାବାଦ ଠାରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା।

ଗୁଜୁରାଟ ରାଜ୍ଯ ସ୍ଥିତ ଅହମ୍ମଦାବାଦ ଠାରେ ଆଜି ମଧ୍ୟାହ୍ନରେ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ କାରଣରୁ ଅନେକ ମ୍ରୁତ୍ୟୁ ହୋଇଥିବା ଖବର ଶୁଣି ଦୁଃଖ ପ୍ରକାଶ କରୁଅଛି। ମ୍ରୁତ୍ୟୁ ହୋଇଥିବା ବ୍ଯକ୍ତି ଙ୍କର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଅଛି। ଯେଉଁମାନେ ଦୁର୍ଘଟଣାରେ ଶୀକାର ହୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ସେମାନଙ୍କର ଆଶୁ ଆରୋଗ୍ୟ କାମନା କରୁଅଛି।

ବିମାନ ଦୁର୍ଘଟଣା ସ୍ଥଳର ଭିଡିଓ ଫୁଟେଜ ଅନୁସାରେ କୌଣସି ଯାତ୍ରୀ ଜୀବିତ ଥିବା ଭଳି ସୂଚନା ମିଳୁନାହିଁ। ସଂପୂର୍ଣ୍ଣ ଭାବରେ ବିମାନ ଜଳି ପୋଡି ଧ୍ବଂସ ହୋଇଥିବା ଖବର ମିଳୁଅଛି। ମ୍ରୁତ୍ୟୁ ହୋଇଥିବା ସମସ୍ତ ଯାତ୍ରୀମାନଙ୍କୁ ଚିହ୍ନଟ କରିବା କଷ୍ଟସାଧ୍ୟ। ଉକ୍ତ ଯାତ୍ରୀବାହୀ ବିମାନ ଅହମ୍ମଦାବାଦ ଠାରୁ ଲଣ୍ଡନ ଅଭିମୁଖେ ଉଡାଣ ଆରମ୍ଭ କରିବାର କିଛି ସମୟ ମଧ୍ଯରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ପୋଡି ଧ୍ବଂସ ହୋଇଥିବା ବେଳେ ଯେଉଁଠାରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେଲା। ସେହି ସ୍ଥାନଟି ମେଡିକାଲ କଲେଜର ଡାକ୍ତର ମାନଙ୍କର ହଷ୍ଟେଲ ଉପରେ ଖସିପଡିଲା। ଯାତ୍ରୀବାହୀ ବିମାନରେ ଷ୍ଟାଫ୍ ସମେତ ୨୪୨ ଜଣ ସବାର କରୁଥିବାର ଖବର ମିଳୁଅଛି। ଉକ୍ତ ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରହିଥିବା ଜାଣିବା ପାଇଁ ମିଳୁଅଛି। ପ୍ରାୟତଃ ସମସ୍ତଙ୍କର ମ୍ରୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଦୁର୍ଘଟଣା ଘଟିବା ସମୟରେ ଅନେକ ମେଡିକାଲ କଲେଜର ଡାକ୍ତର ହଷ୍ଟେଲରେ ଥିବାର ସୂଚନା ଜାଣିବା ପାଇଁ ମିଳୁଅଛି। କାରଣ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ମାନଙ୍କର ହଷ୍ଟେଲରେ ଉପରେ ହିଁ ବିମାନ ଦୁର୍ଘଟଣା ଗ୍ରସ୍ତ ହେଲା। ସମସ୍ତ ଆହତ ହଷ୍ଟେଲର ଅନ୍ତେବାସୀ ମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଆହତ ମାନଙ୍କର ଅବସ୍ଥା ଗମ୍ଭୀର ରହିଥିବା ସୂଚନା ମିଳୁଅଛି। କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ଘଟଣା ସ୍ଥଳରେ ପହଞ୍ଚି ଆବଶ୍ଯକ ପଦକ୍ଷେପ ଗ୍ରହଣ କରିଛନ୍ତି।

ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

87
2093 views