logo

କେନ୍ଦୁଝର ଗଡ଼ ପୌର ପାଳିକା ବିକାଶ କମ୍, କିନ୍ତୁ ବିନାଶ ଅଧିକ କରୁଥିବା ଦେଖିବାକୁ ମିଳୁଅଛି।

କେନ୍ଦୁଝର ଗଡ଼ ପୌରପାଳିକା ବିକାଶ କମ୍, କିନ୍ତୁ ବିନାଶ ଅଧିକ କରୁଥିବା ଦେଖିବାକୁ ମିଳୁଅଛି।
-----------------------------------------------

କେନ୍ଦୁଝର ଗଡ଼ ପୌର ପ୍ରଶାସନ ସହରର ସର୍ବସାଧାରଣ ଲୋକଙ୍କ ହିତ ପାଇଁ ସଠିକ୍ କାର୍ଯ୍ୟ କରିବା ଉଚିତ୍। ଦେଖିବାକୁ ମିଳୁଅଛି କି କେନ୍ଦୁଝର ଗଡ଼ ପୌର ପ୍ରଶାସନ ଲୋକଙ୍କ ସ୍ବାର୍ଥ ଅପେକ୍ଷା ବର୍ତ୍ତମାନ ରାଜ୍ଯ ସରକାରଙ୍କ ଶାସନ କ୍ଷମତାରେ ଥିବା ବିଜେପି ପାଇଁ ଏଜେଣ୍ଟ ଭଳି କାର୍ଯ୍ୟକରୁଛନ୍ତି। ପୌର ପ୍ରଶାସନ ତରଫରୁ ଯେଉଁ ଭଳି ନୋଟିସ ଜାରି କରୁଛନ୍ତି, ତାହା ପ୍ରମାଣିତ କରୁଅଛି ଯେ, ବର୍ତ୍ତମାନ ସାମ୍ବିଧାନିକ ପ୍ରକ୍ରିୟାରେ ଶାସନ କରାଯାଉ ନଥିବା ଭଳି ଜଣାପଡୁଛି।

ବିଗତ ମଇମାସ ୨୦ ତାରିଖରେ ଟେଲିଫୋନ କେନ୍ଦ୍ର ସମ୍ମୁଖ ସ୍ଥିତ ମ୍ୟୁନିସିପାଲିଟି ମାର୍କେଟର ନିର୍ଦ୍ଧିଷ୍ଟ ଭାବରେ ଜଣାଶୁଣା କିଛି ଦୋକାନି ମାନଙ୍କୁ ନୋଟିସ ଜାରି କରି ଦୋକାନ ଗ୍ରୁହ ଖାଲି କରିବା ପାଇଁ କୁହାଯାଇଛି। ସେହି ଦୋକାନି ମାନଙ୍କୁ ଅବୈଧ ଭାବରେ ସେହିସବୁ ଦୋକାନକୁ ଜବରଦସ୍ତ ଜବରଦଖଲ କରିଥିବା ବିଷୟ ନୋଟିସରେ ଉଲ୍ଲେଖିତ କରାଯାଇଛି। ଅନୁସନ୍ଧାନ ଦ୍ବାରା ସ୍ପଷ୍ଟ ପ୍ରମାଣିତ ହେଉଅଛି ଯେ, ପ୍ରକୃତରେ ସେଠାରେ କୌଣସି ଦୋକାନି କୌଣସି ପ୍ରକାରର ଅବୈଧ ଭାବରେ ଜବରଦଖଲ କରିନାହାଁନ୍ତି। ଅତୀତରେ ସେହିସବୁ ଦୋକାନକୁ ଆଇନ୍ ଅନୁସାରେ ଲୋକଙ୍କୁ ବ୍ୟବସାୟ କରିବା ପାଇଁ ଥଇଥାନ କରାଯାଇଥିଲା। ୨୦୧୭ ମସିହାରେ କେନ୍ଦୁଝର ଗଡ଼ ପୌର ପ୍ରଶାସନ ତରଫରୁ ସେହିସବୁ ଦୋକାନ ଗ୍ରୁହ ଗୁଡିକ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା। ଦିର୍ଘଦିନ ଧରି ପୌର ପ୍ରଶାସନ ତରଫରୁ ପୁନର୍ବାର ସେହିସବୁ ଦୋକାନ ଗ୍ରୁହ ଗୁଡିକ ପୁନଃ ନିର୍ମାଣ କଲେନାହିଁ। ସେ ବାବଦରେ କୌଣସି ପ୍ରକାରର ଭଡ଼ା ମଧ୍ଯ ଗ୍ରହଣ କରାଗଲା ନାହିଁ। ବର୍ତ୍ତମାନ ସମୟରେ ସେହିସବୁ ଦୋକାନ ଗ୍ରୁହ ଗୁଡିକ ଯେଉଁମାନେ ଆଇନ୍ ଅନୁସାରେ ଗ୍ରହଣ କରିଥିଲେ। ବର୍ତ୍ତମାନ ସେମାନଙ୍କୁ ଅବୈଧ ଭାବରେ ସେହିସବୁ ଦୋକାନ ଗ୍ରୁହ ଜବରଦଖଲ କରିଥିବା ନୋଟିସ ଜାରି କରି କୁହାଯାଉଅଛି। ଏହା ଏକ ପ୍ରକାରର ରାଜନୈତିକ ଆକ୍ରୋଶ ମୂଳକ ମନଭାବନା ରଖି କାର୍ଯ୍ୟାଦେଶ କରାଯାଇଥିବା ବିଷୟ ଜାଣିବା ପାଇଁ ମିଳୁଅଛି। ସୁତ୍ରରୁ ଜାଣିବା ପାଇଁ ମିଳୁଅଛି କି ସେହିସବୁ ଦୋକାନକୁ ଉଚ୍ଛେଦ କରାଯାଇ ପୁନର୍ବାର ସେହି ଦୋକାନୀଙ୍କୁ ଥଇଥାନ କରାଯିବ ନାହିଁ।

ଏଠାରେ ଗୋଟିଏ ବିଷୟ ସମସ୍ତେ ଜାଣିବା ଏକାନ୍ତ ଆବଶ୍ଯକ। ଚଳିତ ବର୍ଷ ୨୦୨୫ ମସିହା ମଇମାସ ପୂର୍ବରୁ କେନ୍ଦୁଝର ଗଡ଼ ନଗର ଭବନ ସମୁଖରେ ରହିଥିବା କାଳୀତିର୍ଥ ପଡିଆ, କେନ୍ଦୁଝର ଷ୍ଟାଡିୟମ, ଟେଲିଫୋନ କେନ୍ଦ୍ର ସମ୍ମୁଖ ମ୍ୟୁନିସିପାଲିଟି ମାର୍କେଟ ଯେଉଁ ଜାଗାରେ ରହିଛି। ସେହିସବୁ ଜାଗାର ମାଲିକାନା ସତ୍ତ୍ବ କେନ୍ଦୁଝର ଗଡ଼ ସ୍ଥିତ ବଡ ଶାସନରେ ଥିବା ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ର ଅଟେ। ଠାକୁରଙ୍କ ନାମରେ ସମସ୍ତ ଜାଗାଗୁଡ଼ିକୁ ରାଜାରାଜୁଡ଼ା ସମୟରୁ ରହିଛି। ଦେଶ ସ୍ବାଧୀନତା ପରେ କୌଣସି ପ୍ରକାରର ଜାଗା ସରକାର ଜାଣିଶୁଣି ଅଥବା ଅଜାଣତରେ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ନାମକୁ ଦେଇଥିବା ପ୍ରମାଣ ନାହିଁ। ଏହା ସତ୍ତ୍ବେ ବର୍ତ୍ତମାନ ରାଜ୍ଯ ସରକାର କ୍ଷମତାର ଦୁରୁପଯୋଗ କରି ଠାକୁରଙ୍କ ନାମରେ ରହିଥିବା ସମସ୍ତ ଜାଗାକୁ ସରକାର ବଳପୂର୍ବକ ଅଧିକାର କରିଥିବା ଜାଣିବା ପାଇଁ ମିଳୁଅଛି। ଏପରିକି କେନ୍ଦୁଝର ଗଡ଼ ପୌର ପାଳିକା କାର୍ଯ୍ୟାଳୟ ମଧ୍ଯ ଠାକୁରଙ୍କ ଜାଗାରେ ରହିଛି। ଏହାକୁ ମଧ୍ଯ ସରକାର ବଳପୂର୍ବକ ଅଧିକାର ସାବ୍ଯସ୍ତ କରିବାକୁ ଉଦ୍ୟମ ଆରମ୍ଭ କରୁଥିବା ଜାଣିବା ପାଇଁ ମିଳୁଅଛି।

ସତ୍ତା, ଶାସନ ଓ ସିଂହାସନ ରାଜା ମହାରାଜାଙ୍କ ରହିଲା ନାହିଁ। ବିଦେଶୀ ଆକ୍ରମଣକାରୀ ମୁଗଲ ଶାସନ ତଥା ଇଂରେଜ ମାନଙ୍କ ଶାସନ ମଧ୍ଯ ରହିଲା ନାହିଁ। ବର୍ତ୍ତମାନ ଲୋକତନ୍ତ୍ର ଶାସନ ଏହା ମଧ୍ଯ ସମୟ ଅନୁସାରେ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ। ସ୍ବାଧୀନତା ପରେ କଂଗ୍ରେସ ଦେଶ ତଥା ବିଭିନ୍ନ ରାଜ୍ୟରେ ଦିର୍ଘ ବର୍ଷ ଶାସନ କଲା। ଓଡ଼ିଶା ରାଜନୀତିର ଇତିହାସରେ ବିଜେଡି ଦିର୍ଘ ବର୍ଷ ଶାସନ କଲା। ଏମାନଙ୍କ ଭିତରୁ କେହି ସବୁଦିନ ପାଇଁ ସତ୍ତା, ଶାସନ ଓ ସିଂହାସନରେ ରହିଲେ ନାହିଁ। କାରଣ ଲୋକତନ୍ତ୍ର ରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସବୁବେଳେ ଶାସନ କରିବ ବୋଲି କୌଣସି ପ୍ରକାରର ଗ୍ୟାରେଣ୍ଟି ନାହିଁ। ବର୍ତ୍ତମାନ ବିଜେପି ସରକାର ଏକଥା ଆଦୌ ଭୁଲିବା ଅନୁଚିତ୍।

ସରକାରୀ ଜମିରୁ ଜବରଦଖଲକୁ ଉଚ୍ଛେଦକୁ ବିରୋଧ କରାଯାଉନାହିଁ। କିନ୍ତୁ ଠାକୁରଙ୍କ ନାମରେ ରହିଥିବା ଜାଗାକୁ ସରକାର କ୍ଷମତାର ଦୁରୁପଯୋଗ କରି ବଳପୂର୍ବକ ଅଧିକାର କରିବା ମଧ୍ଯ ଉଚିତ୍ ହେଉନାହିଁ। ଯେଉଁସବୁ ଜାଗା ସରକାର ନିଜର ବୋଲି ଜାହିର କରି ଉଚ୍ଛେଦ କରୁଛନ୍ତି। ଯଦି ଆଗାମୀ ଦିନରେ ସେହିସବୁ ଜାଗାର ମାଲିକାନା ସତ୍ତ୍ବ ସରକାରଙ୍କର ନୁହେଁ ବୋଲି ଉଚ୍ଚ ଅଥବା ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଜାରି କଲେ। ତାପରେ ବର୍ତ୍ତମାନ ସରକାରଙ୍କ ଅସଲ ଚେହେରା ରାଜ୍ଯ ବାସିନ୍ଦା ଜାଣିଲା ପରେ ସତ୍ତା, ଶାସନ ଓ ସିଂହାସନ ରହିବ ତୋ ?

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

95
4691 views