logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ କ୍ରସର ରୁ ସାଢ଼େ ୬ ହଜାର କେଜି ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ କରିଛି ଜୟପାଟଣା ପୋଲିସ

-କଳାହାଣ୍ଡି ଏସ୍ପିଙ୍କ ନିର୍ଦ୍ଧେଶରେ ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ କ୍ରସର ରୁ ସାଢ଼େ ୬ ହଜାର କେଜି ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ କରିଛି ଜୟପାଟଣା ପୋଲିସ।ଗୋଟିଏ ଟ୍ରକ ଆଉ ଗୋଟିଏ ପିକପ ଭ୍ୟାନ ରେ ଲାଖବାହାଳି କ୍ରସର କୁ ବେଆଇନ ଭାବେ ବିସ୍ଫୋରକ ଆସିଥିଲା।ଏ ନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି।ଉକ୍ତ ବିସ୍ଫୋରକ କଳିଙ୍ଗ ଏଣ୍ଡ କମ୍ପାନୀ ର ମାଲିକ ଅନୁପ କୁମାର ଅଗ୍ରୱାଲ ଓ ଦୀପକ ଚାନ୍ଦ ଜୈନ ନାମକ କଣ୍ଟାବାଞ୍ଜି ରୁ ଯୋଗାଣ କରିଥିଲେ।ତେବେ ସେ କିପରି ଏତେ ପରିମାଣରେ ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠି କୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ।ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

132
1667 views

Comment