logo

ନିର୍ମାଣଧିନ ପାଇଖାନା ଟାଙ୍କିର ପ୍ଲସ ଖସି ୪ ଶ୍ରମିକ ମୃତ ତା -୩/୬/୨୦୨୨ ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା ନିର୍ମାଣ ଧିନ ପାଇଖାନା ଟାଙ୍କିର ଫଲ୍ସ ଖସି ୪ ଜଣ ଶ୍ରମିକ ଙ୍କ ମୃତ ଘଟିଚି।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡ଼ାଲ ଗୁଡ଼ା ଗ୍ରାମ ର ଏକ ଘରୋଇ ନିର୍ମାଣଧିନ ପାଇଖାନା ରେ କାମ କରୁଥିବା ବେଳେ ଫଲ୍ସ ଖସିଯାଇ ୨ ଜଣ ଗୁରୁତର ହୋଇଯାଇଥିଲେ। ସେଠାରେ କାମ କରୁଥିବା ଅନ୍ୟ ୨ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନେ ମଧ୍ଯ ପଡ଼ି ଯାଇଥିଲେ। ଘଟଣା ସମ୍ବନ୍ଧରେ ଖବର ପାଇ ଅଗ୍ନୀ ସମ୍ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ , ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତରା ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
ତେବେ ସେତି ମଧ୍ୟରୁ ପ୍ରଥମେ ୩ ଜଣ ମୃତ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୀ ଭର୍ତ୍ତି ହୋଇଥିଲେ।ତେବେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ବି ମୃତ ଘଟିଥିଲା।
ମୃତକ ମାନେ ହେଲେ ୧- ଏମ୍ ସନ୍ତୁ ୨୮ ବର୍ଷ
୨) ଅମିର ଖୁରା ୩୦ ବର୍ଷ
୩)ତ୍ରିଲୋଚନ ଭତରା ୨୫ ବର୍ଷ
୪)ଲାଲୁ ରଣା ( କାମରା) ୨୬ ବର୍ଷ
ସମସ୍ତ ଙ୍କ ଶବ୍ ବ୍ୟବଛେଦ କରାଯିବା ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଗଲ।

3
379 views