ଦୁଇ ଅଭିଯୁକ୍ତ ଗିରଫ, ଦୁଇଟି ପିସ୍ତଲ ଓ ୪ ଟି ଜୀବନ୍ତ ଗୁଳି ଜବତ
ଦୁଇ ଅଭିଯୁକ୍ତ ଗିରଫ, ଦୁଇଟି ପିସ୍ତଲ ଓ ୪ ଟି ଜୀବନ୍ତ ଗୁଳି ଜବତ
ପୋଲସରା, ୨/୬/୨୫ : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ପୋଲସରା ପୋଲିସକୁ ମିଳିଛି ବଡ ସଫଳତା। ଅସ୍ତ୍ରଶସ୍ତ୍ର ଆଇନ ବଳରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦେଶୀ ନିର୍ମିତ ସିଙ୍ଗଲ ବୋର ୨ ଗୋଟି ପିସ୍ତଲ, ୪ ଗୋଟି ଜୀବନ୍ତ ଗୁଳି ଓ ଦୁଇଟି ମୋବାଇଲ ଫୋନ ଜବତ ହୋଇଛି। ଦୁଇ ଗିରଫ ଅଭିଯୁକ୍ତ ହେଲେ (୧) ବସନ୍ତ କୁମାର ସାହୁ ବୟସ ୩୨ ବର୍ଷ, ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଏ.ବାରିଡା ଗ୍ରାମର ନୟନ ସାହି ଏବଂ (୨) ବସନ୍ତ ନାହାକ @ ନାୟକ, ବୟସ ୪୮ ବର୍ଷ, ପିତା- ବାଞ୍ଛା ନାହାକ, ଗ୍ରାମ- କଣଛାଇ, ଥାନା- ପୋଲସରା, ଜିଲ୍ଲା-ଗଞ୍ଜାମ। ଏନେଇ ପୋଲସରା ପୋଲିସ ଥାନା ମାମଲା ନଂ-୩୯୦ ତାରିଖ ୦୨/୦୬/୨୦୨୫ U/s 308 (5) BNS/25 (1) (a)/ 27 ଅସ୍ତ୍ରଶସ୍ତ୍ର ଆଇନ ଏବଂ ମାମଲା ନଂ-୩୯୧ ତାରିଖ ୦୨/୦୬/୨୦୨୫ U/s 25 (1)(a)/27 ଅସ୍ତ୍ରଶସ୍ତ୍ର ଆଇନ ପ୍ରକାରେ ଗିରଫ ହୋଇ ଜୁନ ୨ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।