logo

ଆସିକା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦାଇତ୍ବ ନେଲେ ଡ. ସନ୍ତୋଷ କୁମାର ଚୌଧୁରୀ।*



*ଆସିକା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦାଇତ୍ବ ନେଲେ ଡ. ସନ୍ତୋଷ କୁମାର ଚୌଧୁରୀ।*

ଆସିକା ତା ୧/୬: ଆସିକା ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ମୁଖ୍ୟ ଏବଂ ଶୈକ୍ଷିକ ଅଧିକାରୀ ଡ. ସନ୍ତୋଷ କୁମାର ଚୌଧୁରୀ ସ୍ବମହାବିଦ୍ୟାଳୟରେ ତା ୧/୬/୨୦୨୫ ରିଖ ଠାରୁ ନୂତନ ଅଧ୍ୟକ୍ଷ ରୂପେ ଦାଇତ୍ବ ଗ୍ରହଣ କରିଛନ୍ତି। ସେ ନିଜର ଚାକିରିଜୀବନ ଗଂଜାମ ମହାବିଦ୍ୟାଳୟ, ଗଂଜାମରୁ ପ୍ରଥମେ ଆରମ୍ଭ କରିଥିଲେ। ଏନ୍.ବି.ସି. ମହାବିଦ୍ୟାଳୟ, କେନ୍ଦୁପଦର, ମହାମାୟୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର ମଧ୍ୟ ସେ ଅଧ୍ୟାପନା କାର୍ଯ୍ୟ ତୁଲାଇଛନ୍ତି। ସେ ନିଜର ଡକ୍ଟରେଟ୍ ଡିଗ୍ରୀ ବ୍ରହ୍ମରୁର ବିଶ୍ବବିଦ୍ୟାଳୟରୁ ହାସଲ କରିଛନ୍ତି। ୨.୧୨.୧୯୮୮ ଠାରୁ ଅଦ୍ୟାବଧି ଡ. ଚୌଧୁରୀଙ୍କ ନିରଙ୍କୁଶ ଅଧ୍ୟାପନା ଜୀବନ ସ୍ବଚ୍ଛତା, କାର୍ଯ୍ୟକୁଶଳତାରେ ଦକ୍ଷତା, ସମାୟାନୁବର୍ତ୍ତିତା, ନିୟମିତତା, ଛାତ୍ରବତ୍ସଳତା, ମିଷ୍ଟଭାଷୀ ରୂପେ ଲବ୍ଧ ପ୍ରତିଷ୍ଠିତ ହୋଇପାରିଛନ୍ତି। ସେ ମହାବିଦ୍ୟାଳୟର ଯେ କୌଣସି ବିକାଶୋନ୍ମୁଖୀ କାର୍ଯ୍ୟଧାରାରେ ନିଜକୁ ନିୟୋଜିତ କରିବା ପାଇଁ ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ଏବଂ ଲବ୍ଧ ପ୍ରତିଷ୍ଠିତ ଆସିକା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ରୂପେ ଦାଇତ୍ବ ନେଇଥିବା ଯୋଗୁଁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ବନ୍ଧୁବାନ୍ଧବ, ଅଭିଭାବକ ଏବଂ ଆସିକା ସହରବାସୀଙ୍କ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସୁଛି।

18
3083 views