logo

ଶିକ୍ଷକ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ l

ଅନୁଗୋଳ (କରୁଣାକର ନାୟକ)୦୧/୦୬
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଶିକ୍ଷା ଜିଲ୍ଲା ସାପଘରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେଶବ କଅଁର ଗତ ତା ୨୯/୫/୨୫ ରିଖରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରୋଲୋକ ହୋଇଥିବା ବେଳେ ଶିମିଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଆମ୍ବସରମୁଣ୍ଡା ଗ୍ରାମର ହିମାଂଶୁ ଶେଖର ନାୟକ ତା ୦୧/୫/୨୫ ରାତ୍ର ୧ ଘଣ୍ଟିକା ସମୟରେ ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି l ଖବର ପାଇ ସାନହୁଲା ସର୍କଲ ର ଶିକ୍ଷକ ସଂଘ ର ସଭାପତି ନୃସିଂହ ଚରଣ ନାୟକ ବିଜୟ କୁମାର ପ୍ରଧାନ ରଞ୍ଜନ ନାୟକ , ବିମ୍ବାଧର ବେହେରା ବିଜୟ ନାୟକ ତରୁଣ କୁମାର ପ୍ରଧାନ ଶିଶକଟା ଗ୍ରାମର ସ୍ବର୍ଗତ କେଶବ କଅଁର ଙ୍କ ବାସ ଭବନରେ ପହଂଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହିତ ସଂଘ ପକ୍ଷରୁ ତାଙ୍କ ଧର୍ମ ପତ୍ନୀ ଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ଆମ୍ବସରମୁଣ୍ଡା ସ୍ଥିତ ସ୍ବର୍ଗତ ହିମାଂଶୁ ଶେଖର ନାୟକ ଙ୍କ ବାସଭବନ ରେ ପହଞ୍ଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ଧର୍ମପତ୍ନୀ ଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି l

530
9950 views