
ଗୋଣ୍ଡୱାନ ବିକାଶ ପରିଷଦ ଆଠମଲ୍ଲିକ ର ୩୩ ତମ ବାର୍ଷିକ ସମ୍ମିଳନୀ l
ଅନୁଗୋଳ (କରୁଣାକର ନାୟକ)୦୧/୬ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ସଂଜାମୁରା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଦେଇ ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଥିବା ଏକ ଆମ୍ବତୋଟା ରେ ଗୋଣ୍ଡୱାନ ବିକାଶ ପରିଷଦ ଆଠମଲ୍ଲିକ ର ୩୩ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି l କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଜାତିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଜଂଘା ବଦଦେଓ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚାସିନ ଉପବେଶନ କରି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମର୍ଧିତ କରାଯାଇ ଥିଲା l ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସଦାଶିବ ନାୟକ ଯୋଗଦେଇଥିବା ବେଳେ ଜାତିର ଗବେଷକ ଭବାନୀ ଶଙ୍କର କାଲୋ, ଓଡ଼ିଶା ପ୍ରଦେଶ ମହାସଚିବ ପ୍ୟାରୀ ମୋହନ ନାୟକ, ରାଜ୍ୟ ମହିଳା ସାଧାରଣ ସମ୍ପାଦକ ସୁଜାତା ନାୟକ ସଂଗଠକ ବିରଞ୍ଚି ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୧୬ ଗୋଟି ପୁଞ୍ଜର ସଭାପତି,ସମ୍ପାଦକ ମାନେ ଯୋଗଦେଇ ଥିଲେ l ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ନାୟକ ଙ୍କ ସଭାପତିତ୍ଵ ରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏଥିରେ ସମ୍ପାଦକ ବାଙ୍କନିଧି ନାୟକ ବାର୍ଷିକ ପୂର୍ବ ବିବରଣୀ ପାଠ ପଠନ କରିଥିଲେ l ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଶ୍ରୀ ନାୟକ ଭାଷଣ ମାଧ୍ୟମରେ କହିଥିଲେ କି ଶିକ୍ଷାର ବିକାଶ ରେ ହିଁ ସମାଜ ର ବିକାଶ ସମ୍ଭବ ହୋଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ପ୍ରଥମେ ଜାତି ସମାଜ କୁ ଅଗକୁ ନେବାକୁ ହେଲେ ପ୍ରଥମେ ପ୍ରାଥମିକ ସ୍ଥରରେ ଶିକ୍ଷାକୁ ଗୁରୁତ୍ଵ ଦେବାକୁ ଉପସ୍ଥିତ ଜନ ସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ l ଅସ୍ଥାୟୀ କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକ ଙ୍କୁ ବିଦାୟ ଦେଇ ପୂର୍ବତନ ସଭାପତି ପ୍ରସନ୍ନ କୁମାର ନାୟକ ଙ୍କୁ ପୁନ ସଭାପତି ପଦରେ ଅବସ୍ଥାପିତ କରି ସୁରେଶ କୁମାର ନାୟକ ଙ୍କୁ କେନ୍ଦ୍ର ସମ୍ପାଦକ ଭାବରେ ମନୋନୀତ କରାଗଲା l ମହିଳା ମାନଙ୍କ ସଂଗଠନ ର ପୁଞ୍ଜି କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କମିଟି ପ୍ରୋତ୍ସାହନ ରାଶି ପ୍ରଦାନ ପରିବାକୁ ଘୋଷଣା କରାଯାଇଥିଲା l ସମାଜ ର ସଂଗଠନ କାର୍ଯ୍ୟରୁ ଅବସର ନେଇଥିବା ବ୍ୟକ୍ତି ବିଶେଷ ସନାତନ ନାୟକ ଙ୍କୁ ଉପଢୌକନ ସହ ଠାକୁର ଙ୍କ ସଂକେତ ଏକ ପଦକ ପ୍ରଦାନ କରାଯାଇ ଥିଲା l