ମାଥାଲପୁଟରେ ମାନସିକ ସ୍ବାସ୍ଥ୍ୟ ଶିବିର
ଦାମନଯୋଡ଼ି,୩୧/୦୫:ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ମାନସିକ ସ୍ବାସ୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ କୋରାପୁଟ ବ୍ଲକ ଓ ସେମିଳିଗୁଡ଼ା ବ୍ଲକର ନିକଟବର୍ତ୍ତି ଅଞ୍ଚଳରୁ ୫୪ଜଣ ମାନସିକ ରୋଗୀ ଯୋଗ ଡେଇଥିଲେ।ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାସହିତ ପରାମର୍ଶ ଓ ମାଗଣା ଔଷଧ ବିତରଣ କରାଯାଇଥିଲା।ଜୟପୁର ସ୍ଥିତ କୋରାପୁଟ ସଦର ମହକୁମା ହସ୍ପିଟାଲରୁ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଡ଼ାଃ ସବ୍ୟସାଚୀ ମହାପାତ୍ର,ସାମାଜିକ କର୍ମୀ ଲଲାତେନ୍ଦୁ ମିଶ୍ର ଓ କେସ ୱାର୍କର ସରୋଜ ପଣ୍ଡା ଏଵଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମାନସିକ ସ୍ବାସ୍ଥ୍ୟ ସୁପରଭାଇଜର ସମୀର ବିଶୋଇ ଯୋଗଦେଇ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ଦେଇଥିଲେ।ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ତ୍ୱାବଧାନରେ ତଥା ଡ଼ାଃ ଶିବ ପ୍ରସାଦ ସାହୁଙ୍କ ନେତୃତ୍ଵରେ ସୁପରଭାଇଜର ମକର ଜାନି,ଏନସିଡି କାଉନସେଲର ତାପସୀ କୁମାରୀ ଜେନା,ସିଏଚଓ ଅବିନାଶ ଦାସ,ସ୍ଵାସ୍ଥ୍ୟ କର୍ମୀ ମାନସ କୁମାର ସ୍ବାଇଁ ଓ ଶୁଭକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ସ୍ବେଛାସେବୀ ସଂଗଠନ 'ଏକତା' ର ସ୍ବେଛାସେବୀ ଓ ଆଶାକର୍ମୀ ସହଯୋଗ କରିଥିଲେ।