ମେ ୩୧
ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ।
ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ଏହାକୁ ସାରା ବିଶ୍ବ ରେ ବିଶ୍ବ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ। ସ୍ଵାସ୍ଥ୍ୟ ଉପରେ ତମାଖୁ ର କୁ ପ୍ରଭାବ ସମ୍ପର୍କ ରେ ଲୋକଙ୍କୁ ସଚେତନ କରିବା ଉଦେଶ୍ୟ ରେ ଏହି ଦିବସ ପାଳନ କରାଯାଉଅଛି। ତେବେ ତମାଖୁ ସେବନ ଦ୍ବାରା ଶରୀର କ୍ଷତି ହେବା ସହ ତମାଖୁ ସେବନ କାରୀ ବ୍ୟକ୍ତି ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତିର ପରିବାର ମଧ୍ୟ୍ୟ ଭାଙ୍ଗିଯାଇଥାଏ। ତେଣୁ ନିଜ ଶରୀର କୁ ସୁସ୍ଥ ରଖିବା ସହ ନିଜ ପରିବାର ର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନ ବର୍ଜନ କରିବା ନିହାତି ଆବଶ୍ୟକ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ର ଏକ ହିସାବ ଅନୁସାରେ ପ୍ରତି ବର୍ଷ ତମାଖୁ ସେବନ ଦ୍ବାର ୭୦ଲକ୍ଷ ରୁ ଅଧିକ ଲୋକଙ୍କ ମୃତ୍ୟୁ ବରଣ କରନ୍ତି। ତମାଖୁ ସେବନ ର ଅହେତୁକ ମୃତ୍ୟୁ ବୃଦ୍ଧି ଯୋଗୁଁ ଏହାକୁ ରୋକିବାକୁ, ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଶ ଗୁଡିକ ମିଳିତ ଭାବେ ୧୯୮୭ମସିହା ଠାରୁ ୩୧ମେ କୁ ବିଶ୍ବ ତମାଖୁ ବର୍ଜନ ଦିବସ ଭାବେ ପାଳନ କରି ଆସୁଛନ୍ତି। ଯଦ୍ୱାରା ଲୋକ ମାନେ ତମାଖୁ ସେବନ ଠାରୁ ଦୂର ରେ ରହିବେ, ସଚେତନ ରହିବେ, ଏବଂ ମୃତ୍ୟୁ ହାର ମଧ୍ୟ୍ୟ କମିବ ବୋଲି ଆଶା ପ୍ରକଟ କରିଛନ୍ତି।
ରିପୋର୍ଟ୍: କବିରାଜ ପାତ୍ର,AIMA MEDIA