logo

ଗ୍ରାମବାସୀ ଓ ସାମ୍ବାଦିକ ମହାସଂଘ ଆଠମଲ୍ଲିକ ପକ୍ଷରୁ କୃତି ଶିକ୍ଷକ ଙ୍କୁ ବିଦାୟୀ କାଳୀନ ସମର୍ଦ୍ଧନା l

ଅନୁଗୋଳ (କରୁଣାକର ନାୟକ)୩୦/୫
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଶିକ୍ଷା ଜିଲ୍ଲା ଟାପୋଢୋଲ କଷ୍ଟର କଣ୍ଟାପଡ଼ା ପଞ୍ଚାୟତ ର ଅଲେଖ ଗୋଲେଖ ପୁର ସରକାରୀ ପ୍ରଥମିକ ବିଦ୍ୟାଳୟ ର କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ଙ୍କୁ ଅଲେଖ ଗୋଲେଖ ପୁର ଗ୍ରାମବାସୀ ଓ ବାବା ଧବଳେଶ୍ଵର ୱେବ ମିଡ଼ିଆ ମହାସଂଘ ଆଠମଲ୍ଲିକ ପକ୍ଷରୁ ଅବସର କାଳୀନ ସମର୍ଦ୍ଧନା ସଭା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଵେଚ୍ଛାସେବୀ ଶିକ୍ଷକ ଆକୁଳ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିଲାବେଳେ ନିମନ୍ତ୍ରିତ ଅତିଥି ବରିଷ୍ଠ ସମାଜ ଉପଦେଷ୍ଟା ତଅଁଲୁ ପ୍ରଧାନ, ଜଗବନ୍ଧୁ ପରିଡ଼ା, ସିଆରସିସି ରଞ୍ଜନ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ସାହୁ , ଗ୍ରାମ ସଭାପତି ଦୋଳଗୋବିନ୍ଦ ସେଠୀ, ସମ୍ପାଦକ ସନ୍ଦେଶ କୁମାର ସାହୁ , ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ, ଶିକ୍ଷକ କନ୍ତପଡ଼ା ଉପ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନିଲ କୁମାର ସାହୁ , ଛବିଳ ମିଶ୍ର , ଗୋପୀନାଥ ପୁର ଶିକ୍ଷକ ରବୀନ୍ଦ୍ର କୁମାର ବେହେରା , ବରଢ଼ିପ ବିଦ୍ୟାଳୟ ଶିକ୍ଷକ ଶରତ ଚନ୍ଦ୍ର ଦେହୁରୀ, ସପଘରା ଶିକ୍ଷକ ଉମାକାନ୍ତ ନାୟକ, ଶିକ୍ଷକ ଅମୂଲ୍ୟ କୁମାର ସେଠୀ, ଆଠମଲ୍ଲିକ ସାମ୍ବାଦିକ ସଂଘ ସଭାପତି ସାମ୍ବାଦିକ କରୁଣା କର ନାୟକ, ସମ୍ପାଦକ ଦୀପକ କୁମାର ସାହୁ , ବଂଶୀଧର ସେଠୀ, ସଞ୍ଜୟ କୁମାର ଟାଙ୍ଗୀ, ସୁବ୍ରତ କୁମାର ବେହେରା ଅବସର କୃତି ଶିକ୍ଷକ ପ୍ରଭାକର ମଲ୍ଲିକ ଙ୍କ ଗହଣରେ ମଞ୍ଚlଷିନ ଥିଲେ l ଅବସର ପ୍ରାପ୍ତ କୃତି ଶିକ୍ଷକ ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସ୍ବାଗତ ସମର୍ଦ୍ଧନା ଜଣାଇବା ସହ ଗ୍ରାମବାସୀ ଙ୍କ ଆବାଳବୃଦ୍ଧ ବନିତା ,ଓ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ର ଉପହରରେ ପୋତିଦେଇ ଥିଲେ l ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଶିକ୍ଷକ ପ୍ରତି ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ କିପରି ମଧୁର ସମ୍ପର୍କ ରହିଛି ତାହା ଅଞ୍ଚଳ ବାସୀଙ୍କୁ ପ୍ରେରଣା ଯୋଗାଇଥିବା ଦେଖିବାକୁ ମିଳିଛି l ଗୋଟିଏ ବ୍ଲକ ରେ ମାତ୍ର ୩ ଟି ବିଦ୍ୟାଳୟ ରେ ତାଙ୍କର କର୍ମମୟ ଜୀବନ ଅତିସୁନ୍ଦର ଭାବରେ ବିତାଇ ଥିବା ଯୋଗୁଁ ଅଞ୍ଚଳ କୁ ଦିଗ୍ ଦର୍ଶନ ଦେଇଥିବା ବେଳେ ଶିକ୍ଷକ ଙ୍କ ଅବଶିଷ୍ଟ ଜୀବନ ସୁଖରେ ଅତିବାହିତ କରିବାକୁ ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ଗ୍ରାମବାସୀ ପ୍ରାର୍ଥନା କରନ୍ତି l

447
7829 views