logo

ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଙ୍କ ଆହ୍ବାନ।

AIMA MEDIA:୨୭/୦୫: ଗୁଜରାଟ ର ଦ୍ଵିତୀୟ ଦିନ ରେ ପ୍ରଧାନ ମନ୍ତ୍ରୀ ମୋଦୀ ଗାନ୍ଧୀ ନଗର ରେ ବିଶାଳ ରୋଡ ଶୋ କରି ଜନ ସଭା କୁ ସମ୍ବୋଧନ କରି ଅପରେସନ ସିନ୍ଦୂର ର ସଫଳତା ବିଷୟ ରେ ଭାଷଣ ମାଧ୍ୟମ ରେ ଅବଗତ କରାଇ ଥିଲେ। ଏବଂ ଦେଶ ର ତିନି ସେନା କୁ ଭୁୟାଂଶି ପ୍ରଶଂସା କରି ବାକୁ ଭୁଲି ନ ଥିଲେ। ଏହା ସହ ପାକିସ୍ତାନ କୁ ଚେତାବନୀ ଦେଇ କହି ଥିଲେ କି ଯଦି ପାକିସ୍ତାନ ଛୋଟ ହେଉ ବଡ଼ ହେଉ ଆକ୍ରମଣ କରେ ତେବେ ତାକୁ ମୁଁହ ତୋଡ ଜବାବ ଦିଆଯିବ । ଏହା ମଧ୍ୟ କହି ଥିଲେ ଭାରତ ର ମୂଳ ଲକ୍ଷ୍ୟ ଆତଙ୍କ ବାଦି ର ମୂଳ ଉତ୍ପାଟନ, ତାର ସମୂଳ ବିନାଶ। ଏହା ସହ ପରୋକ୍ଷ ରେ ଚୀନ କୁ ଟାର୍ଗେଟ କରି କହି ଥିଲେ କୌଣସି ବିଦେଶୀ ଜିନିଷ ନ କିଣିବାକୁ। ଆମ ଦେଶ ରେ ତିଆରି ସାମଗ୍ରୀ କୁ ବ୍ୟବହାର କରିବାକୁ ଲୋକଙ୍କୁ ଅପିଲ କରିଥିଲେ। ସେ ଏହା ମଧ୍ୟ ଜଣାଇ ଥିଲେ ବର୍ତ୍ତମାନ ଭାରତ ବିଶ୍ଵ ଅର୍ଥ ନୀତି ରେ ଜାପାନ କୁ ପଛରେ ପକାଇ ଚତୁର୍ଥ ସ୍ଥାନ ରେ ଆସି ପହଞ୍ଚି ଯାଇ ଅଛି। ଆସନ୍ତା ୨୦୪୭ ସୁଦ୍ଧା ତୃତୀୟ ବୃହତମ ଅର୍ଥନୀତି ରେ ପହଞ୍ଚି ଯିବ ବୋଲି ସେ ଆଶା ପୋଷଣ କରିଥିଲେ।

2
156 views