ଯୁକ୍ତ ଦୁଇ ବିଜ୍ଞାନରେ ପାଢ଼ୀ ଶିକ୍ଷାକେନ୍ଦ୍ର ର ଶତ ପ୍ରତିଶତ ସଫଳତା !
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ପାଢ଼ୀ ଶିକ୍ଷାକେନ୍ଦ୍ର ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବିଜ୍ଞାନ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ।ଚଳିତ ବର୍ଷ ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୧୮ ଜଣ ପ୍ରଥମ ଶ୍ରେଣୀ,୧୦ ଜଣ ଦ୍ୱିତୀୟ ଶ୍ରେଣୀ ଓ ୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେଥିମଧ୍ୟରୁ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ସସ୍ମିତା ପାଢ଼ୀ ୮୩ % ରଖି ଶିକ୍ଷାକେନ୍ଦ୍ର ର ଟପ୍ପର ହୋଇଛନ୍ତି ।ସେ ସମସ୍ତ ଶ୍ରେୟ ପିତା,ମାତା,ଗୁରୁଜନ ସହିତ ଶିକ୍ଷାକେନ୍ଦ୍ରର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଦେଇଛନ୍ତି ।ଶିକ୍ଷାକେନ୍ଦ୍ରର ମୁଖ୍ୟ ସୁଶାନ୍ତ ପାଢ଼ୀ ସାର୍ ଙ୍କ ୧୮ ବର୍ଷର ଅଭଜ୍ଞତା ସମ୍ପନ୍ନ ଶିକ୍ଷାଦାନ ହେତୁ ଶିକ୍ଷାକେନ୍ଦ୍ର ଏହି ସଫଳତା ପାଇପାରିଛି |