logo

ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଣତି ଓ କଳାରେ ସଂଗୀତା ଦାମନଯୋଡ଼ି ଟପ୍ପର

ଦାମନଯୋଡ଼ି,୨୧/୦୫: ବୁଧବାର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା +୨ ପରୀକ୍ଷା ଫଳ ଦାମନଯୋଡ଼ି ପାଇଁ ଉତ୍ସାହ ଜନକ ହୋଇଛି।ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିରର +୨କଳା ରେ ୧୨୪ପିଲାଙ୍କ ମଧ୍ୟରୁ ୧୦୪ଜଣ(୮୪%)ଉତ୍ତୀର୍ଣ୍ଣ ହୋଇଛନ୍ତି।୧୩ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ,୯ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୮୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ରୀ ସଂଗୀତା ଗୌଡ଼ ସର୍ବାଧିକ ୫୨୯ନମ୍ବର ରଖି ବିଦ୍ୟାମନ୍ଦିର ଟପ୍ପର ହୋଇଛନ୍ତି।ଭେଜାପୁଟ ସତସଙ୍ଗ ନିବାସୀ କୃଷକ ତଥା ଗୋପାଳ ପରିବାରର ପିତା ରାମଚନ୍ଦ୍ର ଗୌଡ଼ ଓ ମାତା ସଞ୍ଜୁ ଗୌଡ଼ଙ୍କ ସୁକନ୍ୟା ସଂଗୀତା ଭବିଷ୍ୟତରେ ପ୍ରାଶାସନିକ ଅଧିକାରୀ ହୋଇ ଦେଶ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।ସେହିପରି +୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ୫୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୬(୮୪%) ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ରୀ ପ୍ରଣତି ପାଢ଼ୀ ସର୍ବାଧିକ ୪୮୮ନମ୍ବର ରଖି ବିଦ୍ୟାମନ୍ଦିରର ଟପ୍ପର ହୋଇଛନ୍ତି।ସେକ୍ଟର ୩ ନିବାସୀ ସ୍ଵର୍ଗତ ପିତା ନିରଞ୍ଜନ ପାଢ଼ୀ ଓ ମାତା ରୀନା ପାଢ଼ୀଙ୍କ ସୁକନ୍ୟା ପ୍ରଣତି ଭବିଷ୍ୟତରେ ଶିକ୍ଷକତା କରିବାକୁ ଆଗ୍ରହୀ ଥିବା କହିଛନ୍ତି।ମୋଟ ୧୦ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ,୧୯ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୧୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ.ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି କର୍ମକର୍ତ୍ତା କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

82
1989 views