logo

ଶାଳ ପଟା ବୋଝେଇ ପିକପ୍ ଜବତ

ଶାଳ ପଟା ବୋଝେଇ ପିକପ୍ ଜବତ

କଣିହାଁ: ବନାଞ୍ଚଳ ଅନ୍ତର୍ଗତ କୁମୁଣ୍ଡା ରାସ୍ତାରେ ବନ ବିଭାଗ ପକ୍ଷରୁ ସୋମବାର ଶାଳ ପଟା ବୋଝେଇ ଓଆର-୧୯-ଇ୫୮୪୯ ନମ୍ବର ମହେନ୍ଦ୍ରା ପିକକୁ ଜବତ କରାଯାଇଛି। ୩୨ ସିଫ୍ଟ (୭୮ପିସ୍) ଶାଳ ପଟା ସହିତ ବିମ ପିକପ୍ରେ ବୋଝେଇ ଥିବ ଥିବାବେଳେ ରାସ୍ତା କଡରେ ଗାଡି ଛାଡି ଚାଳକ ଚମ୍ପର ଚମ୍ପଟ ମାରିଥିବା ଜଣାପଡିଛି। ତେବେ ତେବେ ପିକପ୍ ଗାଡିଟି ଗା କୋଶଳା ଆଡୁ କୁ ମୁଣ୍ଡା ଅଭି ମୁଖେ ଯାଉଥିବା ବିଶେଷ ଋଷ ସୂତ୍ରରୁ ଖବର ପାଇ କଣି ହାଁ ବନ ବିଭାଗ ପହଁଚିଥିଲା। ଏନେଇ ବନ ବିଭାଗ ଅନୁ ସନ୍ଧାନ ଚଳାଇଛି। ରେଞ୍ଜ ଅଧିକାରୀ ନିଳାଦ୍ରୀନାଥ ସାହୁ, ବନପାଳ ଦୀପକ କୁମାର ସେଠୀ, ଦୀପକ କୁମାର ସାହୁ, ରଞ୍ଜନ ପ୍ରଧାନ, ଧୁର୍ବ ସାହୁ, ସଂସାର ସାହୁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ବିଭାଗ କର୍ମଚାରୀ ସାମିଲ ଥିଲେ।

8
121 views