logo

ଲାଂଜିପଲ୍ଲୀସ୍ଥ ଦାତବ୍ୟ ହୋମିଓ ପାଥିକ ଚିକିତ୍ସା କେନ୍ଦ୍ରକୁ ସେବା ଭାରତୀ (ଗଂଜାମ ଶାଖା)ର ଆର୍ଥିକ ସହାୟତା ଘୋଷଣା ।


ବ୍ରହ୍ମପୁର,ତା ୧୯-୫-୨୫।
ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚ ଦ୍ବାରା ପରିଚାଳିତ ଦ୍ବିସାପ୍ତାହିକ ଦାତବ୍ୟ ହୋମିଓପାଥି ଚିକିତ୍ସା କେନ୍ଦ୍ରର ନର ନାରାୟଣଙ୍କ ଅବିରତ ସେବା କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ଏବଂ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ସେବା ଭାରତୀ (ଗଂଜାମ ଜିଲ୍ଲା) ତରଫରୁ ମାସିକ ଦୁଈ ହଜାର ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଈଛି । ପ୍ରକାଶ ଥାଉକି - ବିଗତ ୪ ବର୍ଷ ଠାରୁ ଲାଂଜିପଲ୍ଲୀର ବରିଷ୍ଠ ନାଗରିକ ମଂଚ ଦ୍ବାରା ପରିଚାଳିତ ଉପରୋକ୍ତ ସେବା କେନ୍ଦ୍ର ଗଂଜାମର ବିଭିନ୍ନ ସ୍ଥାନର ପ୍ରାୟ ୮୦୦ ଜଣ ସାଧାରଣ ଜନତାଙ୍କର ସେବା ନିରବିଚ୍ଛିନ୍ନ ଭାବେ କରି ଆସୁଅଛି। ବ୍ରହ୍ମପୁରର ବିଜୁ ପଟ୍ଟନାୟକ ହୋମିଓ ପାଥିକ କଲେଜର ଅବସର ପ୍ରାପ୍ତ ପ୍ରଫେସର ଡାଃ ଗଙ୍ଗାଧର ଆଚାର୍ଯ୍ଯ, ଅଧ୍ୟକ୍ଷ ଡାଃ ପ୍ରଶାନ୍ତ କୁମାର ପତି ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସ୍ବେଚ୍ଛାକ୍ରୁତ ସେବା ଯୋଗୁଁ ହିଁ ଏହା ସମ୍ଭବ ହୋଈ ପାରିଛି । ଉପରେକ୍ତ ଆର୍ଥିକ ସହାୟତା ରାଶି ପାଈଁ ସେବା ଭାରତୀ (ଗଂଜାମ ଶାଖା)ର ସଭାପତି ଶ୍ରୀ ଭଗବାନ ଚୌଧୁରୀ ଏବଂ ସଂପାଦକ ଶ୍ରୀ ସୁରେଶ କୁମାର ବିଷୋୟୀଙ୍କୁ ବରିଷ୍ଠ ନାଗରିକ ମଂଚ ଏବଂ ଚିକିତ୍ସା କେନ୍ଦ୍ର ତରଫରୁ ପ୍ରଫେସର ଡାଃ ପ୍ରଶାନ୍ତ କୁମାର ପତି ଓ ପ୍ରଫେସର ଡାଃ ଗଙ୍ଗାଧର ଆଚାର୍ଯ୍ଯ, ମଂଚ ସଭାପତି ପ୍ରଫେସର ଡଃ ଭାସ୍କର ପାଢ଼ୀ, ସଂପାଦକ ସୁରେଶ ଜେନା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ପାତ୍ର, ସର୍ବଶ୍ରୀ ଶିବରାମ ପାଣିଗ୍ରାହି, ସର୍ଜଣ୍ଟ ରମେଶ ଚନ୍ଦ୍ର ମହାନ୍ତି, ପ୍ରମୋଦ କୁମାର ମିଶ୍ର କଂଗ୍ରେସ ସାହୁ ସମେତ ଉପସ୍ଥିତ ସମସ୍ତ ସଦସ୍ୟ ଅନେକ ଅନେକ ସାଧୁବାଦ ଜ୍ଞାପନ କରିଥିଲେ ।

72
4694 views