logo

ବାମୁର ରେଞ୍ଜ କଟପାଲିଠା ରେ ମୁନସୀ ଏବଂ ଫଡିସାଥି ମାନଙ୍କ ଜରୁରୀକାଳୀନ ବୈଠକ l

ଅନୁଗୋଳ (କରୁଣାକର ନାୟକ )18/5 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ କେନ୍ଦୁପତ୍ର ବିଭାଗ ବାମୁର ରେଞ୍ଜେର କଟପାଲି ଠାରେ ବାମୁର ରେଞ୍ଜର ସମସ୍ତ ମୁନୁସୀ ଓ ଫଡି ସାଥି ମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ବୈଠକ ରେ ଚଳିତ ବର୍ଷର କେନ୍ଦୁପତ୍ର ଲେଉଟା, ପାଣି ଝରା, ବୋହିବା, ମଞ୍ଚାନ କରିବା, ଥାପି ମାରିବା, ଇତ୍ୟାଦି ବାବଦ କୁ ଡ୍ରାଇଂ ଏଣ୍ଡ ଷ୍ଟୋରେଜ କାର୍ଯ୍ୟରେ ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ହଜାରେ କେରୀପ୍ରତି ଏକ ଶହ ଅଣଚାଳିଶି ଟଙ୍କା ସତାଅଶୀ ପଇସା ପାଇବା ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କେନ୍ଦୁପତ୍ର, ଓଡିଶା, ଭୁବନେଶ୍ୱରଙ୍କୁ ଅଭିଯୋଗ କରାଯାଇଛି l ପୂର୍ବରୁ ଶହେ କେରୀ ପ୍ରତି ମାତ୍ର ସାତଟଙ୍କା ମଜୁରୀ ପ୍ରଦାନକୁ ତୀବ୍ର ନିନ୍ଦା କରିବା ଏବଂ ଶ୍ରମିକ ଶୋଷଣ ବନ୍ଦ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ଓଡିଶା, ଜ଼ିଲ୍ଲାପାଳ, ଅନଗୁଳ, ଜ଼ିଲ୍ଲା ଶ୍ରମ ଅଧିକାରୀ, ଅନଗୁଳ, ଲେବର କମିଶନ ଓଡିଶା ଙ୍କୁ କରିଛନ୍ତି ନିବେଦନ। ଯଦି ଡ୍ରାଇଙ୍ଗ ସହିତ ଷ୍ଟୋରେଜ ବାବଦ କୁ ଆସୁଥିବା ସରକାରୀ ଧାର୍ଯ୍ୟ ଦରରେ ହଜାରେ କେରିପ୍ରତି ଅଣଚାଳିଶି ଟଙ୍କା ସତାଅଶୀ ପଇସା ପ୍ରଦାନ କାରନଯାଏ ତାହେଲେ ଆଗାମୀ ଦିନରେ ମୁନୁସୀ ଓ ଫଡି ସାଥି ଆନ୍ଦୋଳତ୍ମକ ପନ୍ଥା ଅବଲମ୍ବନ କରିବାକୁ ଗଣମାଧ୍ୟମ ଜରିଆରେ ବୈଠକ ରେ ଉପସ୍ଥିତ ଥିବା ମୁନୁସୀ ଓ ଫଡି ସାଥି ଗଣ ଚେତାବନୀ ଦେଇଛନ୍ତି l

259
8567 views