ଓଡ଼ିଶା ରାଜ୍ୟ ସରକାର ଙ୍କ ବଡ଼ ନିଷ୍ପତ୍ତି,
ଏଣିକି ଦିବ୍ୟାଙ୍ଗ ମାନେ ପାଇବେ ଜବ କାର୍ଡ।
ଭୁବନେଶ୍ୱର:୧୫/୦୫ ରାଜ୍ୟ ସରକାର ଆଉ ଏକ ବଡ଼ ଯୋଜନା କରିଛନ୍ତି ଏଣିକି ସମସ୍ତ ଦୀବ୍ୟାଙ୍ଗ ମାନେ ପାଇବେ ଜବ କାର୍ଡ, ସେମାନେ ମଧ୍ୟ ୧୦୦ଦିନ ର କାମ ଜବ କାର୍ଡ ମାଧ୍ୟମରେ ପାଇବେ।
ଅନ୍ୟ ପାଖରେ ଆଉ ହାତ ପତେଇବେ ନାହିଁ। ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ମାଧ୍ୟମ ରେ ସମ୍ମାନ ସହ କାମ ଓ ମଜୁରୀ ଘର ପାଖରେ ମିଳିବ।
ସୁତ୍ର ରୁ ପ୍ରକାଶ ଯେ ପ୍ରତି ଗାଁ ରେ ଜୁନ ମାସ ସୁଦ୍ଧା ଦିବ୍ୟ।ଙ୍ଗ ଗ୍ରୁପ୍ ଗଠନ କରି ଏହି କାର୍ଡ ବଣ୍ଟନ କରିବାକୁ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ସ୍ତ୍ରୀ ଉଭୟ ଦିବ୍ୟାଙ୍ଗ ଥିଲେ ମଧ୍ୟ ଗୋଟାଏ କାର୍ଡ ମିଳିବ। କର୍ମ ସ୍ଥଳ ରେ ସବୁ ପ୍ରକାର ସୁବିଧା ଯେପରି ରହିବ, ଦିବ୍ୟଙ୍ଗ ଙ୍କ କୌଣସି ପ୍ରକାର ଅସୁବିଧା ନ ହୁଏ ସେ ବ୍ୟବସ୍ଥା କରିବାକୁ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତି କରଣ ବିଭାଗ ନିର୍ଦେଶ ଜାରୀ କରିଛି। ଏଥି ପାଇଁ ପଞ୍ଚାୟତ ପକ୍ଷରୁ ସ୍ଵତନ୍ତ୍ର ଶିବିର କରି, ଏବଂ ପଞ୍ଚାୟତ ଅଧିକାରୀ ମାନେ ପ୍ଲାନ୍ ପ୍ରସ୍ତୁତ କରି ସମସ୍ତ ଦିବ୍ୟଙ୍ଗ ମାନଙ୍କୁ ତୁରନ୍ତ ଜୁନ ଶେଷ ସୁଦ୍ଧା କାର୍ଡ ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରୁଛନ୍ତି।
ରିପୋର୍ଟ:AIMA MEDIA,