logo

ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ସମାପନ, ଦାମନଯୋଡି,କୋରାପୁଟ, ଓଡିଶା,ତା୧୨/୫/୨୫(ସୋମବାର)

ଦାମନଯୋଡ଼ିରେ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି
ଦାମନଯୋଡ଼ି,୧୨/୦୫:ନାଲକୋ ଟାଉନସିପ ସେକ୍ଟର- ୧ ଯଜ୍ଞ ମଣ୍ଡପରେ ୨୩ତମ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ସଂପୂର୍ଣ୍ଣ ହୋଇଛି।ବୁଧବାର ଅଙ୍କୁରାରୋପଣ ପରେ ଗୁରୁବାର ସକାଳେ କଳସାଧିବାସ ଅନୁଷ୍ଠିତ ହୋଇଥିଲା।ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ପୂଜାର୍ଚ୍ଚନା ପରେ ପବିତ୍ର ଜଳ ଅଣାଯାଇ ନାମ ସଙ୍କୀର୍ତ୍ତନ, ହରିବୋଲ ହୁଳହୁଳି ମଧ୍ୟରେ ଯଜ୍ଞ ମଣ୍ଡପରେ ସ୍ଥାପନ କରଯାଇଥିଲା।ଘଟ ସ୍ଥାପନ,ଘଟ ମଣ୍ଡଳାଦି ପୂଜା,ସ୍ତମ୍ଭ,ତୋରଣ ପୂଜା,ଅଗ୍ନି ସଂସ୍କାର ଆଦି ନୀତି ହୋଇଥିଲା।ଯାଜପୁରର ବରିରୁ ଆସିଥିବା ପୂଜକ ପଣ୍ଡିତ ବିରଞ୍ଚି ନାରାୟଣ ପଣ୍ଡା,ଗୋବର୍ଦ୍ଧନ ଦାଶ,ରଶ୍ମିରଞ୍ଜନ ଦାଶ,ସତ୍ୟରଞ୍ଜନ ଦାଶ ଓ ମିହିର ରଞ୍ଜନ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ମହେଶ କୁମାର ପାଢ଼ୀ ଓ ପତ୍ନୀ ସ୍ନିଗଧା,କେ.ଚଣ୍ଡି ପ୍ରସାଦ ରାଓ ଓ ପତ୍ନୀ କେ.ଭବାନୀ, ସୁଶାନ୍ତ କୁମାର ଦାଶ ଓ ପତ୍ନୀ ସରୋଜିନୀ ତ୍ରିପାଠୀ,ଗୌତମ ସାହୁ ଓ ପତ୍ନୀ ଶକୁନ୍ତଳା ଏବଂ ଲମ୍ବୋଦର ସ୍ବାଇଁ ଓ ପତ୍ନୀ ଅନୁରାଧା କର୍ତ୍ତା ଦାୟିତ୍ଵ ତୁଲାଇଛନ୍ତି।ବିଭିନ୍ନ ଦିବସର ପୂଜାନୀତି ହୋଇ ୧୨ତାରିଖ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଦିନ ବିଭିନ୍ନ ପୂଜାନୀତି ସହିତ ସର୍ବ ଦେବାଦେବୀଙ୍କ ଆହୂତି,ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ସଂପୂର୍ଣ୍ଣ କରାଯାଇଅଛି ।ପାଞ୍ଚଦିନଧରି ସଂନ୍ଧ୍ଯାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ।ସୁଶ୍ରୀ ମାନସ ପ୍ରବୀଣା ଗୀତାଞ୍ଜଳି ଜେନା ଓ ସହଯୋଗୀମାନେ ପ୍ରବଚନ ପ୍ରଦାନ କରିଥିଲେ ।ପାଞ୍ଚ ହଜାରରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିଲେ ।ନାଲକୋର ସମୂହ ମହାପ୍ରବନ୍ଧକ ସଂଜୟ ଗୁପ୍ତା,ସଂଜୟ କୁମାର ପଟ୍ଟନାୟକ, ମହାପ୍ରବନ୍ଧକ ବିଛନ୍ଦଚରଣ ଦାଶ, ଅନିଲ ସିଂହ, ଅରୁଣ କୁମାର ମହାନ୍ତି,ଡା ରାମକୀଷ୍ଣା,କୁନ୍ଦୁଲି ଗୁରୁକୁଳ ଆଶ୍ରମର ସନ୍ନ୍ୟାସୀ ମନୁଜୀ ଓ ଶିଶ୍ଯଗଣ ପଦାର୍ପଣ କରିଥିଲେ।କମିଟି ପକ୍ଷରୁ ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ,ଉପସଭାପତି ତଥା ମହାପ୍ରବନ୍ଧକ ଭି.ସୁରେଶ କୁମାର ବାଥୁଲା ଓ ଧୀରେନ୍ଦ୍ର କୁମାର ବେହେରା ,ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଶୁକଦେବ ପଟ୍ଟାୟତଙ୍କ ସହିତ,ରଞ୍ଜନ ବେହେରା,ସୁଜିତ ଜେନା,ରଞ୍ଜୟ କୁମାର କାନୁନଗୋ,ଶିଶିର ପରିଡ଼ା,ମିଟୁ ସାହୁ,ଆନନ୍ଦ ମୋହନ, ସରୋଜ ଦଳେଇ,ଦୀନେଶ ଶୁକ୍ଳା,ସଦାଶିବ ବେହେରା,ଧର୍ମପତ୍ନୀ ସତ୍ଯଭାମା ବେହେରା,ସନ୍ତୋଷ କୁମାର ପଣ୍ଡା,ଉପେନ୍ଦ୍ର ପାଣିଗ୍ରାହୀ,ସଞ୍ଜୟ କୁମାର ସାହୁ,ମୂରଲୀଧର ମହାପାତ୍ର, ଡ଼ଃ ଅଶୋକ ମହାନ୍ତି,ସନ୍ତୋଷ କୁମାର ଦାଶ,କଳିଙ୍ଗ ଚୌଧୁରୀ,ସଞ୍ଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ବିଶ୍ୱକଲ୍ୟାଣ ନିମନ୍ତେ ପ୍ରାର୍ଥନା ସହିତ ଯଜ୍ଞ ନାରାୟଣଙ୍କର ବିଭୁକୃପା ଲାଭ ନିମନ୍ତେ ହେଉଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତିରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ସମବେତ ସମସ୍ତ ଭକ୍ତ ଚରୁ ଅନ୍ନ ଓ ପ୍ରସାଦ ସେବନ କରିଥିଲେ।

48
1991 views