*ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜୟନ୍ତୀ ପାଳିତ*
ଦାମନଯୋଡି,: ଓଡ଼ିଶାର ଅନ୍ୟତମ ମହାପୁରୁଷ ସାନ୍ତାଳୀ ସାହିତ୍ୟିକ, ଝାଡ଼ଖଣ୍ଡ ଆନ୍ଦୋଳନର ମୁଖ୍ୟ ପୁରୋଧା, ଗୁରୁ ଗୋମକି ପଣ୍ତିତ ରଘୁନାଥ ମୁର୍ମୁ ଙ୍କ ୧୨୧ତମ ଜୟନ୍ତୀ ଦାମନଯୋଡିରେ ପାଳିତ ହୋଇଯାଇଛି । ସେକ୍ଟର -୨ ସ୍ଥିତ ସ୍ୱର୍ଗତ ମୂର୍ମୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ନାଲକୋର ବରିଷ୍ଠ ଅଧିକାରୀ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସେକ୍ଟର -୧ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାନ୍ତାଳୀ ପରିବାରର ଲୋକେ ପାରମ୍ପାରିକ ବସ୍ତ୍ର ପରିଧାନ ପୂର୍ବକ ପାରମ୍ପାରିକ ନାଚ ଗୀତ ପରିବେଷଣ କରିଥିଲେ ।