logo

ଭାରତର "ଅପରେଶନ ସିନ୍ଦୁର" ରଣନୀତିକୁ ବିଶ୍ବବ୍ୟାପି ବୁଝିବାକୁ ହେଲେ ଅସମର୍ଥ !

ଭାରତର "ଅପରେଶନ ସିନ୍ଦୁର" ରଣନୀତିକୁ ବିଶ୍ବବ୍ୟାପି ବୁଝିବାକୁ ହେଲେ ଅସମର୍ଥ !
-----------------------------------------------

ଅପରେଶନ ସିନ୍ଦୁର ସମ୍ପର୍କରେ କିଛି ଜଣା ଓ ଅଜଣା ବିଷରେ ଏଠାରେ ପ୍ରକାଶିତ କରାଯାଇଛି। ସଂପୂର୍ଣ୍ଣ ଭାବରେ ପଢିଲେ, ଘଟଣା ପଛର ସତ୍ଯତା ସ୍ବତଃ ବୁଝି ପାରିବେ। ଭାରତ ସମେତ ବିଶ୍ବବ୍ୟାପି ଲୋକେ ଭଲଭାବରେ ଜାଣନ୍ତି ଯେ, "ଅପରେଶନ ସିନ୍ଦୁର" ପହଲଗାମ୍ ସ୍ଥିତ ବୈସାରନ ଭ୍ୟାଲି ଠାରେ ଯେଉଁ ଆତଙ୍କବାଦୀ ମାନଙ୍କ ଦ୍ବାରା ପର୍ଯ୍ୟଟକମାନଙ୍କୁ ନିର୍ମମତା ପୂର୍ବକ ଗୁଳିମାରି ହତ୍ଯା କରିଥିଲେ। ତାହାରି ବିରୁଦ୍ଧରେ "ଅପରେଶନ ସିନ୍ଦୁର" ଭାରତୀୟ ସେନା ଦ୍ବାରା ଏକ ବିଶେଷ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ୱାର (ଯୁଦ୍ଧ), ଅପରେଶନ (ଉପଚାର), ମିଶନ୍ (ଅଭିଯାନ) ଏବଂ ଷ୍ଟ୍ରାଇକ (ନିର୍ଦ୍ଦିଷ୍ଟ ସମୟ ଓ ସୀମରେଖା ମଧ୍ଯରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ)। ୱାର ଅର୍ଥାତ୍ ଯୁଦ୍ଧ କେତେଦିନ ପର୍ଯ୍ୟନ୍ତ ଜାରି ରହିବ ? ଏହାର କୌଣସି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ ! ଅପରେଶନ ବା ଉପଚାର ମଧ୍ଯ ଯୁଦ୍ଧ ରଣନୀତିକୁ ଆଧାର କରି ନିର୍ଣ୍ଣୟ କରାଯାଏ। ଏହାର ସମୟ ସୀମା ନଥାଏ, ଏହି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିଥାଏ। ଯେପର୍ଯ୍ୟନ୍ତ ଅପରେଶନ ବା ଉପଚାର କରିବା ମୁଖ୍ଯ ଉଦ୍ଦେଶ୍ଯ ସାଧିତ ନହୁଏ, ସେପର୍ଯ୍ୟନ୍ତ ଅପରେଶନ ଲଗାତାର ଜାରି ରହିଥାଏ। ମିଶନ୍ ବା ଅଭିଯାନ ମଧ୍ଯ ଅପରେଶନ ବା ଉପଚାର ଭଳି ଅନୁରୂପ ଏକ ପ୍ରୟାସ ଅଟେ। ଏସବୁ କଥା କହିବା ପଛରେ ମୁଖ୍ଯ କାରଣ ରହିଛି। ନିମ୍ନରେ ଯେଉଁ ବିସ୍ତାରିତ ସୂଚନା ପ୍ରଦାନ କରାଯାଇଛି। ତାହାସବୁ ବୁଝିବା ପାଇଁ ପ୍ରାରମ୍ଭିକ ଅବସ୍ଥାରେ ସଂକ୍ଷେପ କରି କୁହାଯାଇଛି।

ଜମ୍ମୁ ଓ କଶ୍ମୀର ଦକ୍ଷିଣାଞ୍ଚଳ ପହଲଗାମ୍ ସ୍ଥିତ ବୈସାରନ ଭ୍ୟାଲି ଠାରେ ୨୨ ଏପ୍ରିଲ୍ ଅପରାହ୍ନ ସମୟରେ ପାକିସ୍ତାନର ଆତଙ୍କବାଦୀ ମାନଙ୍କ ଦ୍ବାରା ନିରିହ ଓ ନିରସ୍ତ୍ର ପର୍ଯ୍ୟଟକମାନଙ୍କୁ ଧର୍ମ ଚିହ୍ନଟ କରି ଗୁଳିମାରି ନିର୍ମମତା ପୂର୍ବକ ହତ୍ଯା କରିଥିଲେ। ଏହି ନିନ୍ଦନୀୟ ଘଟଣାର ଉଚିତ୍ ଜବାବ ଦେବାପାଇଁ ଭାରତ ସରକାରଙ୍କ ତରଫରୁ ସେନାବାହିନୀକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରି ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ଖୁଲା ଛୁଟ୍ ଦେବାପରେ "ଅପରେଶନ ସିନ୍ଦୁର" କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭାରତୀୟ ସେନା ଏବଂ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ, ସ୍ଥାନୀୟ ପୋଲିସ ବାହିନୀ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଦ୍ବାରା ଏକତ୍ରୀତ ହୋଇ ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ଏକ ସୁବିସ୍ତୃତ ଯୋଜନାରେ "ଅପରେଶନ ସିନ୍ଦୁର" ଆରମ୍ଭ କରାଯାଇଛି। ବିଶେଷ କରି ମଇ ମାସ ୭ ତାରିଖ ଦିନ "ଅପରେଶନ ସିନ୍ଦୁର" ନାମକରଣ ବାବଦରେ ଦେଶବାସୀ ଅବଗତ ହେଲେ। ବୈସାରନ ଭ୍ୟାଲି ଠାରେ ଆତଙ୍କବାଦୀ ମାନଙ୍କ ଦ୍ବାରା ବର୍ବରତା ପୂର୍ବକ ହତ୍ଯା ପରେ ପରେ ଏହି ଅପରେଶନ ସିନ୍ଦୁର ଆରମ୍ଭ ହୋଇସାରିଥିଲା। ଯେତେବେଳେ ଭାରତ ସରକାରଙ୍କ ସୁରକ୍ଷା ଏଜେନ୍ସି ସୁନିଶ୍ଚିତ ହେଲା ଯେ, ଏହି ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପଛରେ ପାକିସ୍ତାନର ସିଧାସଳଖ ସଂପ୍ରୁକ୍ତି ରହିଛି। ତାପରେ ଭାରତୀୟ ସେନା ତରଫରୁ ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ମଇ ୭ ତାରିଖ ପୂର୍ବ ମଧ୍ଯରାତ୍ରରେ ଅପରେଶନ ସିନ୍ଦୁର ଟାର୍ଗେଟ ହିଟ୍ କରିବା ଆରମ୍ଭ କରିଦେଲା।

ସୂତ୍ରରୁ ଜାଣିବାକୁ ମିଳୁଅଛି କି, ଭାରତୀୟ ସେନା ଦ୍ବାରା ୨୯ ଗୋଟି ଆତଙ୍କବାଦୀ ମାନଙ୍କ ଆଡକୁ ଧ୍ବଂସ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ତା ମଧ୍ୟରୁ ୯ଗୋଟି ପାକିସ୍ତାନର ଆତଙ୍କବାଦୀ ଆଡାସ୍ଥଳି ଉପରେ ସଠିକ୍ ଟାର୍ଗେଟ ହିଟ୍ କରିବା ଦ୍ବାରା ଶତାଧିକ ଆତଙ୍କବାଦୀ ମାନଙ୍କୁ ନିପାତ ହୋଇଥିବା ଜାଣିବାକୁ ମିଳୁଅଛି। ତାପରେ ମଇ ମାସ ୭ ତାରିଖ ପୂର୍ବାହ୍ନରେ ଭାରତ ସରକାରଙ୍କ ତରଫରୁ ପ୍ରେସ୍ ବିବୃତ୍ତରେ "ଅପରେଶନ ସିନ୍ଦୁର" ବାବଦରେ ଦେଶବାସୀଙ୍କୁ ସ୍ପଷ୍ଟ କରିଥିଲେ। କିନ୍ତୁ ପ୍ରେସ୍ ବିବୃତ୍ତରେ ସ୍ପଷ୍ଟ କରିବା ସମୟରେ ୨୧ ଗୋଟି ଆତଙ୍କବାଦୀ ଆଡାସ୍ଥଳି ତାଲିକା ଭୁକ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା।

ପାକିସ୍ତାନର ଆତଙ୍କବାଦୀ ଆଡାସ୍ଥଳି ଉପରେ ଭାରତୀୟ ସେନା ଦ୍ବାରା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପ୍ରତି ଆକ୍ରମଣ କରିବା ପାଇଁ କହିଥିଲା। ଭାରତ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଥିଲା କି, "ଅପରେଶନ ସିନ୍ଦୁର" ଆତଙ୍କବାଦୀ ମାନଙ୍କୁ ନିପାତ କରିବା ଆରମ୍ଭ କରାଯାଇଛି। ଏହା ବ୍ୟତିତ ପାକିସ୍ତାନର କୌଣସି ସାଧାରଣ ନାଗରିକ ମାନଙ୍କର, ବେସାମରିକ ଓ ସାମରିକ ଘାଟି ଉପରକୁ ଆକ୍ରମଣ କରାଯାଇନାହିଁ। କିନ୍ତୁ ପାକିସ୍ତାନର ଆତଙ୍କବାଦୀ ଆଡାସ୍ଥଳି ଉପରେ ହୋଇଥିବା ଆକ୍ରମଣକୁ ସିଏ ନିଜର ଅପମାନ ମନେକରି ଭାରତ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଦେଲେ। ଯାହା ଫଳରେ ଭାରତୀୟ ସେନା ତରଫରୁ ତାହାର ପ୍ରତିଜବାବରେ ପାକିସ୍ତାନର ରଣନୀତିକୁ ଧ୍ବସ୍ତ ବିଧ୍ବସ୍ତ କରିବାରେ ସଫଳ ହେଲେ। ଭାରତୀୟ ସେନା ଦ୍ବାରା ପାକିସ୍ତାନର ସେନା ବିରୁଦ୍ଧରେ ଏପରି ପ୍ରତି ଆକ୍ରମଣ କରିବା ଦ୍ବାରା ପାକିସ୍ତାନର ନାହିଁ ନଥିବା କ୍ଷୟକ୍ଷତି ହୋଇଥିବା ଜାଣିବାକୁ ମିଳୁଅଛି। ଭାରତୀୟ ସେନା ତରଫରୁ ଏପରି ଯୁଦ୍ଧ ରଣନୀତିକୁ ଦେଖି ପାକିସ୍ତାନର ବୁଦ୍ଧି ହଜିଗଲା, ସାରାବିଶ୍ୱରେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ରହିଗଲେ !

ପାକିସ୍ତାନ ସରକାରଙ୍କ ତରଫରୁ ବିଭିନ୍ନ ରାଷ୍ଟ୍ରମାନଙ୍କ ମୁଖ୍ୟଙ୍କୁ ଗୁହାରି କରୁଥିବା ଜାଣିବାକୁ ମିଳୁଅଛି କି, ଭାରତକୁ ବୁଝାମଣା କରି ଯୁଦ୍ଧ ବନ୍ଦ କରିବା ପାଇଁ ଭିତିରିଆ କଥାବାର୍ତ୍ତା କରୁଥିବା ଜାଣିବାକୁ ମିଳୁଅଛି। ଭାରତୀୟ ସେନା ତରଫରୁ ମାତ୍ର ଦୁଇ ଦିନର ପ୍ରହାର ଦ୍ବାରା ପାକିସ୍ତାନର ନିଦ ହଜିଯାଇଥିଲା। ବାଉଳା ଚାଉଳରେ ପ୍ରାୟତଃ ପାଗଳାମି ଆରମ୍ଭ କରିଦେଲା, ଆମକୁ ଖଣ୍ଡବିଖଣ୍ଡିତ କରିଦେଲା, ସବୁନଷ୍ଟ କରିଦେଲା, ଆମକୁ ଆର୍ଥିକ ସମସ୍ୟାର ସମୁଖୀନ ହେବାକୁ ପଡିଲା, ପାଣି ଅବରୋଧ କରିଦେଲା। ଆମର ନିରିହ ଲୋକମାନଙ୍କୁ ମାରି ଦେଲା, ଆମର କୌଣସି ପ୍ରକାରର ଆତଙ୍କବାଦୀ ମାନଙ୍କ ସହିତ କିଛି ମଧ୍ଯ ସଂପର୍କ ନାହିଁ, ଜାଣିଶୁଣି ଭାରତ ଆମକୁ ବରବାଦ କରିଦେବାକୁ ଯୁଦ୍ଧ ଆରମ୍ଭ କରିଦେଲା।

ତାପରେ ମଇ ମାସ ୧୦ ତାରିଖ ରାତ୍ରି ସମୟରେ ପାକିସ୍ତାନର ଆତଙ୍କବାଦୀ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ପ୍ରେସ୍ ବିବୃତ୍ତରେ ମିଥ୍ଯା କଥା କହିବା ଆରମ୍ଭ କରିଦେଲା। କିନ୍ତୁ ଭାରତୀୟ ସେନା ତରଫରୁ ପ୍ରେସ୍ ବିବୃତ୍ତରେ ସ୍ପଷ୍ଟ କରାଯାଇଥିଲା କି, ଅପରେଶନ ସିନ୍ଦୁର ପୂର୍ବପରିହିଁ ଚାଲୁରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟର ଏକ୍ସ ରେ ନିଜର ବଡ ପଣିଆ ଦେଖେଇବା ଆରମ୍ଭ କରିଦେଲେ। ସିଧାସଳଖ କଥା ହେଉଛି, ଭାରତୀୟ ସେନା ଦ୍ବାରା ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଡୋନାଲ୍ଡ ଟ୍ରମ୍ପ ମଧ୍ଯ ଠିକ୍ ଭାବରେ ବୁଝିବା ପାଇଁ ଅସମର୍ଥ। ବିଶ୍ବରେ କେହି କିଛି ବୁଝିବା ପୂର୍ବରୁ ହିଁ, ଭାରତୀୟ ସେନା ପାକିସ୍ତାନର ବେହାଲ୍ କରିଦେଲା। ଏଠାରେ ଗୋଟିଏ ବିଷୟ ପ୍ରତି ସମସ୍ତଙ୍କର ସନ୍ଦେହ ହେବା ସ୍ବାଭାବିକ ଅଟେ। ଆମେରିକାର ରାଷ୍ଟ୍ରପତି କାହିଁକି ପାକିସ୍ତାନର ଆତଙ୍କବାଦୀ ଆଡାସ୍ଥଳି ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ମୁଣ୍ଡ ପୁରାଇବାକୁ ଉଦ୍ୟମ କରିଛି ? ତୁର୍କୀ ଏବଂ ଚୀନ ତରଫରୁ କଣ ପାଇଁ ପାକିସ୍ତାନକୁ ସିଧାସଳଖ ସମର୍ଥନ ଜଣାଇବାକୁ ବାଧ୍ଯ ହେଲେ ? ଯଦିଓ ତୁର୍କୀ ପ୍ରାରମ୍ଭରୁ ପାକିସ୍ତାନର ସମର୍ଥନ କରିଥିଲା। କିନ୍ତୁ ଚୀନ ତରଫରୁ କଣପାଇଁ ପାକିସ୍ତାନର ସିଜ୍ ଫାୟାରିଂ ଉଲ୍ଲଙ୍ଘନ ପରେ ପରେ ପାକିସ୍ତାନକୁ ସିଧାସଳଖ ସମର୍ଥନ କରିବାକୁ ଆଗେଇ ଆସିବାକୁ ବାଧ୍ଯ ହେଲେ ?

ଆମେରିକା ସିଧାସଳଖ ହସ୍ତକ୍ଷେପ କରିବାର କାରଣ ତାର ବ୍ୟକ୍ତିଗତ ସ୍ବାର୍ଥ ରହିଛି ! ଯଦି ଯୁଦ୍ଧ ବନ୍ଦ ନକରିବ ତେବେ ପାକିସ୍ତାନର କୌଣସି ଅସ୍ତିତ୍ବ ରହିବାର ସମ୍ଭାବନା ନାହିଁ। ଆମେରିକାର ବିଶ୍ବରେ ଦବଦବା ରହିବ ନାହିଁ। ତାର ଯେଉଁ ଯୁଦ୍ଧାସ୍ତ୍ର ନିର୍ମାଣ କରିବା ଏବଂ ବିଶ୍ବରେ ଥିବା ବିଭିନ୍ନ ରାଷ୍ଟ୍ରମାନଙ୍କରେ ବିକ୍ରୀ କରୁଛି। ତାହା ଆଉ ଅନ୍ୟ ରାଷ୍ଟ୍ରମାନେ କିଣିବାକୁ ଆଗଭର ହେବେ ନାହିଁ। କାହିଁକି ନା, ଆମେରିକାର ପାକିସ୍ତାନକୁ ଯେଉଁ ଯୁଦ୍ଧ ବିମାନ ଦେଇଥିଲା। ଭାରତୀୟ ସେନା ଦ୍ବାରା ତାହା ଖେଳନା ନଷ୍ଟ କରିବା ଭଳି ମାଟିରେ ମିଶାଇ ଦେଲେ। ଏହା ଦ୍ବାରା ଆମେରିକାର ଛବି ଖରାପ ହେଲା, ଯାହାଫଳରେ ଭବିଷ୍ୟତରେ ଆମେରିକାର ଯୁଦ୍ଧାସ୍ତ୍ର କେହି କିଣିବାକୁ ଆଗଭର ହେବେ ନାହିଁ। ଅନ୍ୟ କଥାଟି ହେଲା, ରିସିପ୍ରୋକାଲ୍ ଟାରିଫ୍ ଦ୍ବାରା ପାକିସ୍ତାନ ପ୍ରଭାବିତ ହେବାର ସମ୍ଭାବନା ରହିଛି ଏବଂ ଏହା ଆମେରିକାର ଛବି ଖରାପ କରିବ। ସିଧାସଳଖ କଥା ହେଉଛି, ଆମେରିକାର ଅର୍ଥନୈତିକ ସ୍ବାର୍ଥ ରହିଛି, ଯାହା ଫଳରେ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରିବା ପାଇଁ କୁଦା ମାରିବାକୁ ଚେଷ୍ଟା କରୁଅଛି। ନଚେତ୍ ଭାରତର ଅର୍ଥନୈତିକ ବିକାଶର ଡିଫେନ୍ସ କରିବା ଆମେରିକା ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି କରିବ।

ଅନୁରୂପ ଭାବରେ ତୂର୍କୀ ସମର୍ଥନ କରିବାକୁ ବାଧ୍ଯ ହେଲେ, କାରଣ ତୂର୍କୀ ଯେଉଁସବୁ ଡ୍ରୋନ ପାକିସ୍ତାନକୁ ସିଧାସଳଖ ବିକ୍ରୀ କରୁଛି। ତାହା କୌଣସି ପ୍ରକାରର ଭାରତୀୟ ସେନା ବିରୁଦ୍ଧରେ ପ୍ରଭାବିତ କରିବାକୁ ସମର୍ଥ ହେଲାନାହିଁ। ସବୁ ଡ୍ରୋନ ଗୁଡିକୁ ଭାରତୀୟ ସେନା ଦ୍ବାରା ନଷ୍ଟ କରାଯାଇଛି। ଏହା ଦ୍ବାରା ତୂର୍କୀର ଛବି ବିଶ୍ବବ୍ୟାପୀ ଖରାପ ପ୍ରଚାର କରିବ। ଯାହା ଫଳରେ ତୂର୍କୀର ଅର୍ଥନୈତିକ ବିକାଶରେ ବାଧକ ସାଜିବା ସ୍ବାଭାବିକ ଅଟେ। ତେଣୁ ତୂର୍କୀ ନିଜର ଛବି ଅକ୍ଷୁର୍ଣ୍ଣ ରଖିବା ପାଇଁ ମରଣ ମୁହଁକୁ କୁଦା ମାରି ଦେଲା !

ଚୀନ ତରଫରୁ ପାକିସ୍ତାନକୁ ସିଧାସଳଖ ସମର୍ଥନ ପୂର୍ବରୁ କରୁନଥିବା କଥା ସମସ୍ତଙ୍କୁ ଜଣାଅଛି। କିନ୍ତୁ ମଇ ମାସ ୧୦ ତାରିଖ ଦିନ ସ୍ପଷ୍ଟ ଭାବରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ବାଧ୍ଯ ହେବାର କାରଣ ବ୍ୟକ୍ତିଗତ ସ୍ବାର୍ଥ ରହିଛି। ଚୀନ ସିଧାସଳଖ ସମର୍ଥନ କରି ପାକିସ୍ତାନକୁ ନିଜର କରି ରଖିବା ପାଇଁ ଉଦ୍ୟମ କରିଛି। ଯେହେତୁ ଚୀନ ର ଯୁଦ୍ଧ ଜାହାଜ ଗୁଡିକୁ ଭାରତୀୟ ସେନା ଦ୍ବାରା ନିମିଷକ ମଧ୍ଯରେ ଦେଖୁଦେଖୁ ଧୂଳି ଚଟାଇଛି। ଯାହା ଫଳରେ ଚୀନ ର ଛବି ଖରାପ ହେବାର ସମ୍ଭାବନା ରହିଛି। ଯାହାଫଳରେ ଚୀନ ଠାରୁ ଅନ୍ୟ କୌଣସି ରାଷ୍ଟ୍ରମାନେ ଯୁଦ୍ଧାସ୍ତ୍ର କେହି କିଣିବାକୁ ଆଗଭର ହେବେ ନାହିଁ। ଏହା ଦ୍ବାରା ଚୀନ ର ଅର୍ଥନୈତିକ ବିକାଶରେ ବାଧକ ସାଜିବା ସ୍ବାଭାବିକ ଅଟେ। ବର୍ତ୍ତମାନ ସୁଧା ଯାହାକିଛି କୁହାଗଲା, ସବୁଥିରେ କେବଳ ସ୍ବାର୍ଥ ରହିଛି ବୋଲି ସମସ୍ତେ ବୁଝି ପାରିଲେ।

ଯଦି ଭାରତ ଓ ପାକିସ୍ତାନ ମଧ୍ଯରେ ଯେକୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଲଗାତର ଜାରି ରହିବ। ତେବେ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇଯିବ ଏବଂ ଭାରତୀୟ ସେନା ବିରୁଦ୍ଧରେ ବେଶୀ ସମୟ ଧରି ଯୁଦ୍ଧ ରଣନୀତିକୁ ଆପଣେଇ ତିଷ୍ଠି ରହିବାକୁ ଅସମର୍ଥ ହୋଇଯିବ। ଏହା ଦ୍ବାରା ପାକିସ୍ତାନର ଅର୍ଥନୈତିକ, ସାମାଜିକ, ରାଜନୈତିକ, କୂଟନୈତିକ ସ୍ଥିତି ସଂପୂର୍ଣ୍ଣ ରୂପରେ ଭୁଶୁଡ଼ି ପଡିବ। ଭାରତ ଯେଉଁ ରାଷ୍ଟ୍ରମାନଙ୍କ ଠାରୁ ଯୁଦ୍ଧାସ୍ତ୍ର କ୍ରୟ କରିଥିଲା ଏବଂ ପାକିସ୍ତାନ ବିରୁଦ୍ଧରେ ସେଗୁଡ଼ିକ ବ୍ଯବହାର କରିବା ଦ୍ବାରା ସେହିସବୁ ରାଷ୍ଟ୍ର ମାନଙ୍କର ବ୍ୟାପକ ପରିମାଣର ଆର୍ଥିକ ଲାଭାନ୍ୱିତ ହେବାର ସମ୍ଭାବନା ରହିଛି। ଆଗାମୀ ଦିନରେ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରମାନେ ସେହିସବୁ ଯୁଦ୍ଧାସ୍ତ୍ର ଉପଯୁକ୍ତ ଅର୍ଥ ଦେଇ କ୍ରୟ କରିବା ପାଇଁ ଆଗେଇ ଆସିବାକୁ ଆଗ୍ରହ ପ୍ରକାଶ କରିବେ !

"ଅପରେଶନ ସିନ୍ଦୁର" ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପଛରେ ଭାରତର ଯେଉଁ କୂଟନୈତିକ ଏବଂ ଯୁଦ୍ଧ ରଣନୀତି ଯୋଜନା ପ୍ରସ୍ତୁତ କରାଯାଇଛି। ସେସବୁ ବିଷୟର ଭିତିରି କଥାକୁ ପାକିସ୍ତାନ ସଠିକ୍ ଭାବରେ ବୁଝିବା ପାଇଁ ଅସମର୍ଥ। ଏହା ବ୍ୟତିତ ବିଶ୍ବବ୍ୟାପୀ ଅନ୍ୟ ରାଷ୍ଟ୍ରମାନେ ସେହିସବୁ ରହସ୍ଯକୁ ସଠିକ୍ ବୁଝିବାରେ ଅଦ୍ଯାବଧି ଅସମର୍ଥ, କିନ୍ତୁ କେବଳ ଏକମାତ୍ର ପୂର୍ବାନୁମାନ କରୁଥିବା ଜାଣିବାକୁ ମିଳୁଅଛି। ଭାରତୀୟ ସେନା ଦ୍ବାରା ପାକିସ୍ତାନର ଆତଙ୍କବାଦୀ ମାନଙ୍କ ନିପାତ କରିବା ପାଇଁ ଯେଉଁ କୂଟନୈତିକ ଏବଂ ଯୁଦ୍ଧ ରଣନୀତିକୁ ପ୍ରସ୍ତୁତ କରାଯାଇଛି। ଭାରତ ସରକାରଙ୍କ ତରଫରୁ କେବଳ ନାମମାତ୍ର କିଛି ନେତୃବର୍ଗ ଏବଂ ପ୍ରଶାସନିକ ଅଧିକାରୀଗଣ ଅବଗତ ରହିଛନ୍ତି। ଦେଶବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି, ଆତଙ୍କବାଦୀ ମାନଙ୍କୁ ସମୂଳେ ବିନାଶ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରାଯାଇଛି। ତେଣୁ "ଅପରେଶନ ସିନ୍ଦୁର" ଏତେ ଶୀଘ୍ର ବନ୍ଦ କରିବା ସହଜସାଧ୍ୟ ନୁହେଁ। ଭାରତୀୟ ସେନା ଦ୍ବାରା "ଅପରେଶନ ସିନ୍ଦୁର" ଜାରି ରହିବ ବୋଲି ସୂଚନା ପ୍ରଦାନ କରିସାରିଛନ୍ତି। ଭାରତ ସରକାରଙ୍କ ତରଫରୁ ଯେକୌଣସି ପ୍ରକାରର ଆତଙ୍କବାଦୀ ଘଟଣାକୁ ଯୁଦ୍ଧ କରିବାକୁ ବାଧ୍ଯ ବୋଲି କହି ସାରିଛି। ସୂତ୍ରରୁ ଜାଣିବାକୁ ମିଳୁଅଛି କି, ବର୍ତ୍ତମାନ ସୁଧା "ଅପରେଶନ ସିନ୍ଦୁର" ଶତକଡା ୭ ରୁ ୧୦ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି। ପାକିସ୍ତାନ ବିରୁଦ୍ଧରେ ଭାରତୀୟ ସେନା ଦ୍ବାରା ଶତକଡା ୧୫ ରୁ ୨୦ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି। ଯଦି ଭାରତୀୟ ସେନା ଦ୍ବାରା ଶତକଡା ୫୦ ଭାଗ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତେବେ ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ସଂପୂର୍ଣ୍ଣ ନିପାତ କରିବାକୁ ବେଶିଦିନ ସମୟ ଲାଗିବ ନାହିଁ। ଏହା ଦ୍ବାରା ପାକିସ୍ତାନର ଆତଙ୍କବାଦୀ ଆଡାସ୍ଥଳି ଏବଂ ପାକିସ୍ତାନର ଅବସ୍ଥା ପାଞ୍ଚଖଣ୍ଡ ହୋଇଯିବାରୁ କେହି ରକ୍ଷା କରିବାକୁ ସମର୍ଥ ହେବେ ନାହିଁ।

"ଅପରେଶନ ସିନ୍ଦୁର" ସମ୍ପର୍କରେ
ମଇ ମାସ ୧୦ ତାରିଖ ଅପରାହ୍ନ ରେ ଭାରତ ଏବଂ ପାକିସ୍ତାନ ମଧ୍ଯରେ ଏକପ୍ରକାର ଯୁଦ୍ଧ ବିରାମ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ପୁନର୍ବାର ସଂନ୍ଧ୍ଯା ପରେ ପାକିସ୍ତାନ ତରଫରୁ ଯୁଦ୍ଧ ରଣନୀତି ବିରୁଦ୍ଧାଚରଣ କରି ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ଫାୟାରିଂ ଏବଂ ଡ୍ରୋନ୍ ଆକ୍ରମଣ ଜାରି କରିଥିଲା। ଯାହା ଫଳରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ତରଫରୁ ପ୍ରେସ୍ ବିବୃତ୍ତରେ ସ୍ପଷ୍ଟ ଘୋଷଣା କରି ଜଣାଇଦେଲେ କି, ଭାରତୀୟ ସେନାଙ୍କୁ ପାକିସ୍ତାନର ହରକତ ବିରୁଦ୍ଧରେ ଜବାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୁଲା ଛୁଟ୍ ଦିଆଯାଇଛି। ସିଜ୍ ଫାୟାରିଂ ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଉତ୍ତରଦାୟୀ ଅଟେ। ତେଣୁ ଭାରତୀୟ ସେନା ତରଫରୁ ସଠିକ୍ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି।

ବର୍ତ୍ତମାନ ବିଳାପ କରି ଲାଭ କଣ ? ସବୁତକ ଅର୍ଥ ଆତଙ୍କବାଦୀ ମାନଙ୍କ ପାଳନପୋଷଣ ପାଇଁ ଖର୍ଚ୍ଚ କରି ବର୍ତ୍ତମାନ ବାରଦ୍ବାର ଭିକ୍ଷାବୃତ୍ତି କରିବା କଣ ଆବଶ୍ଯକତା ? ଯେଉଁମାନେ ହାତ ବଢ଼ାଇ ଥିଲେ, ସେମାନେ ହାତ ଛାଡି ଦେଲେ ! ଚୀନ ଓ ତୁର୍କୀ ଯେଉଁସବୁ ଯୁଦ୍ଧାସ୍ତ୍ର ତଥା ଆବଶ୍ଯକ ଉପକରଣ ଗୁଡିକ ଦେଲେ। ସେସବୁ ଭାରତୀୟ ସେନା ଦ୍ବାରା ପଣ୍ଡ କରିଦେଲେ।

ଭୟଭୀତ ହୋଇ ତୋମର ସ୍ବାଧୀନତା ସଂଗ୍ରାମୀ ମାନେ ଗାତରେ ଲୁଚିବାକୁ ବାଧ୍ଯ ହେଲେ। ତୋମର ରାଷ୍ଟ୍ର ମୁରବିମାନେ ଲାଙ୍ଗୁଡ଼ ଯାକିକି ଏଣେତେଣେ ପଳାୟନ କଲେ। ତୋମର ସେନାଧ୍ୟକ୍ଷ ପ୍ରାଣବିକଳରେ ପଳାୟନ କରିସାରିଛି। ହଇରେ ନିର୍ଲଜ ମାନେ ତଥାପି ତୁମକୁ ଟିକିଏ ଲଜ୍ଜା ଲାଗୁନି ! ତୋମର ନିଜ ଲୋକମାନଙ୍କର ନୈତିକତା ଦାୟିତ୍ୱ ନାହିଁ, ନିଜ ସୁରକ୍ଷା କରିବା ପାଇଁ ସମ୍ମୁଖକୁ ଆସିବା ପାଇଁ ! କଥା କହୁଛ କଣ, ନା ଏମାନେ ସମସ୍ତେ ସ୍ବାଧୀନତା ସଂଗ୍ରାମୀ !

ଦୁନିଆ ସାରା ବିକଳ ହୋଇ କହୁଛ, ଭାରତୀୟ ସେନା ପିଟିଲେ, ମାରିଲେ, ଦେଶରେ ଧ୍ବଂସ କରିଦେଲେ ! ତେବେ ବର୍ତ୍ତମାନ ସମୟରେ ତୋମର ଆତଙ୍କବାଦୀ (ସ୍ବାଧୀନତା ସଂଗ୍ରାମୀ) ମାନେ କଣ କରୁଛନ୍ତି ?

ଯାହାକିଛି ଅଛି, ସେସବୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ ନିଜକୁ ସୁଧାରି ନିଅ। ନଚେତ୍ ସେସବୁ ମଧ୍ଯ ନିଜ ଅଧିକାର ବାହାରକୁ ଚାଲିଯିବ ! ତୋମର ସ୍ବାଧୀନତା ସଂଗ୍ରାମୀ ଅର୍ଥାତ୍ ଆତଙ୍କବାଦୀ ମାନଙ୍କ ପାଇଁ ସବୁକିଛି ଅକାଳରେ ବିନାଶ ହୋଇଯିବ। ଏବେବି ଟିକିଏ ସମୟ ବାକି ଅଛି, ନିଜକୁ ସୁଧାରି ନିଅ।

"ଅପରେଶନ ସିନ୍ଦୁର" ପାକିସ୍ତାନ ତଥା ଆତଙ୍କବାଦୀ ମାନଙ୍କ ପାଇଁ ଏକ ଅଭିଶାପ ହୋଇଗଲା !

ମେନରଖ ଯେଉଁମାନେ ସବୁଦିନ ପାଇଁ ସଧବା ନାରୀର ମଥାରୁ ସିନ୍ଦୁର, ଲିଭାଇ ଦେଇଥିଲେ। ହାତରୁ ସଙ୍ଖା, କାଢିବାକୁ ବାଧ୍ଯ କରିଦେଲେ। ସେହି ଆତଙ୍କବାଦୀ ମାନଙ୍କୁ ଏବଂ ପାଳନପୋଷଣ କରୁଥିବା ରାଷ୍ଟ୍ର ପାଇଁ "ଅପରେଶନ ସିନ୍ଦୁର" ଅଭିଶାପ ପାଲଟିଗଲା।

ଶେଷରେ କିଛି ଜଣା ଓ ଅଜଣା ବିଷରେ ଏଠାରେ କହି ଦେଉଛି। ଭାରତ ସରକାର କାହାର ଦବଦବାରେ ଯୁଦ୍ଧ ବନ୍ଦ କରି ନାହିଁ। କାରଣ "ଅପରେଶନ ସିନ୍ଦୁର" ଯୁଦ୍ଧ ର ଏକ ପୂର୍ବାଭାସ ଅଟେ। ଭାରତ ସରକାରଙ୍କ ଯୁଦ୍ଧ ରଣନୀତିକୁ କେହି କିଛି ସଠିକ୍ ବୁଝିବା ପାଇଁ ଅସମର୍ଥ। ଯଦିଓ ଭାରତ ସରକାରଙ୍କ ତରଫରୁ କେଉଁଠାରେ କହି ନଥିଲେ ଯେ, ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରାଯାଇଛି। ଭାରତ ପ୍ରଥମରୁ ସ୍ପଷ୍ଟ କରିଥିଲା ଯେ, ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ଏକ "ଅପରେଶନ ସିନ୍ଦୁର" ସେନାବାହିନୀ ଦ୍ବାରା କରାଯାଇଛି। କିନ୍ତୁ ଭାରତୀୟ ସେନା ତରଫରୁ ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାହା ଦେଖି ପାକିସ୍ତାନ ଭୟଭୀତ ଓ ବିବ୍ରତ ହୋଇଥିବା ଜାଣିବାକୁ ମିଳୁଅଛି। କେହି କେବେ ହାରିବା ପରେ ଜିତିବାର ମିଥ୍ଯା ପ୍ରଚାର କରେନାହିଁ, କିନ୍ତୁ ପାକିସ୍ତାନ ସତ୍ଯତା ଜାଣିବା ସତ୍ବେ ଜିତିବା କଥା କହୁଛି। କାରଣ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବାରୁ ତ୍ରାହି ମିଳିଯାଇଛି, ଯାହାଫଳରେ ମିଥ୍ଯାରେ ଜିତିବା କଥା କହୁଛି!

ଚୀନ ତରଫରୁ ଶେଷ ମୂହୁର୍ତ୍ତରେ ସିଧାସଳଖ ସମର୍ଥନ କରିବାର କାରଣ ପାକିସ୍ତାନରେ ଯେତିକି ଅର୍ଥ ବିନିଯୋଗ କରିଛି। ତାହା ଏକପ୍ରକାର ସୁରକ୍ଷିତ କରିବା ପାଇଁ ନାଟକୀୟ ଉଦ୍ୟମ କରିଛି। ଯଦି ଆଗକୁ ଭାରତ ତରଫରୁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ହୁଏ, ଚୀନ ତରଫରୁ ଦିଆଯାଇଥିବା ସମର୍ଥନ କେବଳ କଥାରେ ରହିଯିବ ! ତୂର୍କୀର ଅର୍ଥନୈତିକ ବିକାଶର ଏକ ମାଧ୍ଯମ ରୂପରେ ପାକିସ୍ତାନର ସମର୍ଥନ କରିଛି, କିନ୍ତୁ ଯୁଦ୍ଧ ହେଲେ ପାକିସ୍ତାନକୁ କେବଳ ବିଭିନ୍ନ ପ୍ରକାରର ଅସ୍ତ୍ର ଓ ଶସ୍ତ୍ର ଅର୍ଥ ଲୋଭରେ ପାକିସ୍ତାନକୁ ଯୋଗାଇ ଦେବ। ଚୀନ ଏବଂ ତୂର୍କୀର କୌଣସି ପ୍ରକାରର ଅସ୍ତ୍ର ଏବଂ ଶସ୍ତ୍ର ଭାରତୀୟ ସେନା ସମ୍ମୁଖରେ ତିଷ୍ଠି ରହିବା ବହୁତ କଷ୍ଟକର ହେବ। ଆମେରିକା କେବଳ ନିଜର ପ୍ରତିଛବି ମଳିନ ନପଡିବା ପାଇଁ ଉଦ୍ୟମ କରିଛି। ଏହା ସହିତ ନିଜର ବେପାର ବାଣିଜ୍ଯ ଏବଂ ଯୁଦ୍ଧାସ୍ତ୍ର ବିକ୍ରୀ କରିବା ପାଇଁ ନୂତନ ଚାଲାକୀ କରୁଥିବା ଜାଣିବାକୁ ମିଳୁଅଛି। ବର୍ତ୍ତମାନ ସୁଧା "ଅପରେଶନ ସିନ୍ଦୁର" ସମାପ୍ତି ହେଲା ବୋଲି ଭାରତ ସରକାରଙ୍କ ତରଫରୁ ଘୋଷଣା କରାଯାଇନାହିଁ। ଏଥିରୁ ସ୍ପଷ୍ଟ ହେଉଅଛି ଯେ, ପୁନର୍ବାର ପାକିସ୍ତାନ ନିଶ୍ଚିତ ଭାବରେ ଭୁଲ କରିବ। ତାହାର ଫାଇଦା ଉଠାଇବା ପାଇଁ ଭାରତ ସରକାରଙ୍କ ତରଫରୁ ଏକ ସୁଯୋଗ ପ୍ରଦାନ କରିଥିବା ଭଳି ଜଣାପଡୁଛି।

ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ କଦାପି ବନ୍ଦ ହେବାର ପ୍ରଶ୍ନ ଉଠୁ ନାହିଁ ! କାରଣ ଯେଉଁମାନଙ୍କୁ ବିଶ୍ବବ୍ୟାପୀ ଆତଙ୍କବାଦୀ ବୋଲି ନାମକରଣ କରୁଛନ୍ତି। ପାକିସ୍ତାନ ପାଇଁ ସେମାନେ ସ୍ବାଧୀନତା ସଂଗ୍ରାମୀ ଅର୍ଥାତ୍ ଜେହାଦୀ ବୋଲି କୁହାଯାଏ। ପାକିସ୍ତାନ ସରକାର, ସେନା, ଧର୍ମଗୁରୁମାନେ ଓ ଆଇଏସଆଇ ଖୁପିଆ ଏଜେନ୍ସି ଦ୍ବାରା ସେହି ଜେହାଦୀ ମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଏବଂ ବିପୁଳ ଅର୍ଥ ଖର୍ଚ୍ଚ କରି ସ୍ରୁଷ୍ଟି କରାଯାଇଛି। ଏହା କୌଣସି ପରିସ୍ଥିତିରେ ବନ୍ଦ ହେବାର ସମ୍ଭାବନା ନାହିଁ। ବିଶେଷ କରି ସେହି ଜେହାଦୀ ମାନଙ୍କୁ ବ୍ରେନ୍ ୱାସ୍ କରି ପାକିସ୍ତାନର ସେନା ଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଏ। ବର୍ତ୍ତମାନ ପାକିସ୍ତାନର ଯେତିକି ପରିମାଣର ସୈନ୍ଯମାନେ ରହିଛନ୍ତି, ସେହି ପରିମାଣର ଜେହାଦୀ ମଧ୍ଯ ରହିଛନ୍ତି। ସାଧାରଣ ଭାଷାରେ ସେହି ଜେହାଦୀ ମାନଙ୍କୁ ଧର୍ମଯଦ୍ଧା ବୋଲି ପାକିସ୍ତାନର ସମର୍ଥନ ରହିଛି। ତେଣୁ ସେମାନଙ୍କ ପ୍ରତି ପାକିସ୍ତାନ ନାଗରିକ ମାନଙ୍କର ମଧ୍ଯ ପୂର୍ଣ୍ଣ ସମର୍ଥନ ରହିଛି।

ଭାରତ ସରକାର ଏବଂ ଭାରତୀୟ ସେନାଙ୍କୁ ଏବାବଦରେ ଭଲଭାବରେ ଜଣାଅଛି। ତେଣୁ ଭାରତ ସରକାରଙ୍କ ତରଫରୁ ଯେକୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ କରିବା ହିଁ ଯୁଦ୍ଧ ବିବେଚନା କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଆଗକୁ ପାକିସ୍ତାନ ପୁନର୍ବାର ସେପରି ଆତଙ୍କବାଦୀ କାର୍ଯ୍ୟକଳାପ ନିଶ୍ଚିତ ଭାବରେ କରିବ, ଏଥିରେ ତିଳେମାତ୍ର ସନ୍ଦେହ କରିବା ଅନାବଶ୍ୟକ। ତାହାର ଫାଇଦାରେ ଭାରତ ସରକାରଙ୍କ ତରଫରୁ ନିଶ୍ଚିତ ଭାବରେ ପ୍ରତିଜବାବରେ ଯୁଦ୍ଧ ରଣନୀତିକୁ ଆପଣାଇବା ପାଇଁ ବାଧ୍ଯ ହେବ ! ସେତେବେଳକୁ ପାକିସ୍ତାନର ସାଥ ଦେବାକୁ କେହି ଆଗେଇ ଆସିବାକୁ ଆଗ୍ରହ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବେ। ଏକଥା ମଧ୍ଯ ସୁନିଶ୍ଚିତ ଯେ, ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ହେଲେ, ପାକିସ୍ତାନ ପରମାଣୁ ଯୁଦ୍ଧାସ୍ତ୍ର ବ୍ଯବହାର କରି ପାରିବ ନାହିଁ। କାରଣ ତାହା ପୂର୍ବରୁ ହିଁ ପାକିସ୍ତାନର ସମସ୍ତ ପରମାଣୁ ଯୁଦ୍ଧାସ୍ତ୍ର ଗୁଡିକ ଉପରେ ବିଶ୍ବବ୍ୟାପୀ ପ୍ରତିବନ୍ଧକ ହେବାର ସମ୍ଭାବନା ରହିଛି। ଅଥବା ଭାରତୀୟ ସେନା ଦ୍ବାରା ସେସବୁ ପରମାଣୁ ଯୁଦ୍ଧାସ୍ତ୍ର ପାକିସ୍ତାନ ମାଟିରେ ହିଁ ନଷ୍ଟ କରିବା ପାଇଁ ବାଧ୍ଯ ହେବାର ସମ୍ଭାବନା ରହିଛି।

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

36
1001 views
1 comment  
  • Raj Kumar Sharma

    Very lengthy story....keep it up orisa Hero jindabad... RK VIKRAMA SHARMA PGDPR PRESS JOURNALIST ALPHA NEWS INDIA 9862886540 whatsapp