ଶ୍ବେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୂଙ୍କ ଚଳନ୍ତି ବିଗ୍ରହ ମଦନମୋହନ ବାହାର ଚନ୍ଦନ ଯାତ୍ରାର ଦ୍ବାଦଶ ଦିବସରେ ଚାପ ଖେଳିଲେ,ଦାମନଯୋଡି,କୋରାପୁଟ, ଓଡିଶା,ତା୧୧/୫/୨୫(ରବିବାର)
ଶ୍ଵେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୂଙ୍କ ଚଳନ୍ତି ବିଗ୍ରହ ମଦନ ମୋହନଙ୍କ ଦ୍ବାଦଶ ଦିନର ଚାପ ଖେଳ
ଦାମନଯୋଡ଼ି,୧୧/୦୫:ଶ୍ଵେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ିର ନାଲକୋ ଟାଉନସିପ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ରବିବାର ଶ୍ରୀ ଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀକୁ ଅଣା ଯାଇଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ବୋଇତରେ ଶ୍ରୀ ଜୀଉଙ୍କୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ କରାଯାଇଥିଲା ନାଲକୋ ମହାପ୍ରବନ୍ଧକ ଅନିଲ କୁମାର ସିଂହ(କେମିକାଲ),ଧର୍ମପତ୍ନୀ ଅନୀତା ସିଂହକାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ରୂପେ ଯୋଗ ଦେଇଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ବିଭିନ୍ନ ପୂଜାନୀତି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସଭାପତି ତଥା ସମୂହ ମହାପ୍ରବନ୍ଧକ ସଂଜୟ କୁମାର ପଟ୍ଟନାୟକ, ସଂପାଦକ କୈଳାସ ସେନାପତି, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା ସମେତ କାର୍ଯ୍ଯକର୍ତ୍ତା ,ଅନାମ ଚରଣ ନାୟକ,ପ୍ରକାଶ କୁମାର ସାହୁ,ରଞ୍ଜନ କୁମାର ବେହେରା,,ବିକ୍ରମ ଜେନା,ସଂଜୟ ବିଶ୍ବାଳ,ବିମଳ ନାୟକ,ସନ୍ତୋଷ କୁମାର ପଣ୍ଡା,ପ୍ରକାଶ ଚନ୍ଦ୍ର ସାହୁ,ପି.କେ ମୁନି,ଆର.ଏନ.ମୁଦୁଲି,ଖଦାଳ ନାୟକ,ନିରୋଦ କୁମାର ପ୍ରଧାନ,ଡଃ ଅଶୋକ କୁମାର ମହାନ୍ତି,,ଅଂଶୁମାନ ବଡୁ,ନକୁଳ ଚରଣ ପତି,ସରୋଜ ଦଲେଇ,ଆଦିତ୍ଯ କୁମାର ଦାଶ,ଶିଶିର କୁମାର ପରିଡା,ମୂରଲୀଧର ଦାସ,ସଦାଶିବ ବେହେରା,ବିକ୍ରମ ଜେନା,ଅବିନାଶ ଜେନା,ଗୌତମ ସାହୁ,ଉପେନ୍ଦ୍ରପାଣିଗ୍ରାହୀ,ବିଜୟ କୁମାର ଆଚାର୍ଯ୍ଯ,ରବୀନ୍ଦ୍ର ପ୍ରଧାନ,ଅରୂପ ନାହାକ,ଶିବାଶିଷ ମହାରଣା,ସତ୍ୟଶିବ ପାତ୍ର,ଈଶ୍ୱର ମାଳି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ସଧବା ମହିଳାମାନେ ମଦନମୋହନଙ୍କୁ ସାମୁହିକ ବନ୍ଦାପନା କରିଥିଲେ ।