logo

*କାରେଡିଗୁଡ଼ାରେ ସାମୁହିକ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା*


ଦାମନଯୋଡି,୧୧/୫: ଦାମନଯୋଡି ସ୍ଥିତ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଆଲୁମିନା ଉତ୍ପାଦନକାରୀ ନାଲକୋ ପ୍ରକଳ୍ପ ନିଜ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ଦିଗରେ ଗୋଟିଏ ପାଦ ଆଗକୁ ବଢ଼ି ଲିଟିଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାରେଡିଗୁଡ଼ାରେ ଗ୍ରାମରେ ଏକ ସାମୁହିକ କେନ୍ଦ୍ର (କମ୍ୟୁନିଟୀ ସେଣ୍ଟର) ନିର୍ମାଣ କରିବା ଭିତ୍ତିପ୍ରସ୍ତର ସ୍ଥାପନ କରିଛି । ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଖଣି ବିଭାଗ ସମୁହ ମହାପ୍ରବନ୍ଧକ ଭି ଏସ ଏସ ଆନନ୍ଦ,ମାନବ ସମ୍ବଳ ତଥା ପ୍ରଶାସନ ବିଭାଗ ସମୁହ ମହାପ୍ରବନ୍ଧକ ସୁଗତ ଆନନ୍ଦ ବସୁଙ୍କ ସମେତ ବିଭିନ୍ନ ବିଭାଗର ସମୁହ ମହାପ୍ରବନ୍ଧକ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଚିହ୍ନଟ ହୋଇଥିବା ସ୍ଥାନରେ ନାଲକୋ ଅଧିକାରୀ ଓ ଗ୍ରାମର କେତେକ ମୁଖ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ନାମଫଳକ ଉନ୍ମୋଚନ କରାଯାଇଥିଲା । ନାଲକୋ ଫାଉଣ୍ଡେସନ ର ବେସାମରିକ ଯନ୍ତ୍ରୀ ସୁଶ୍ରୀ ଶୁଭଶ୍ରୀ ବିଷୋୟୀ ମଧ୍ଯ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ ପାଇଁ ନାଲକୋ କର୍ପୋରେଟ ସାମାଜିକ ଦାୟିତ୍ଵ (ସି ଏସ ଆର) ପାଣ୍ଠିରୁ ୪୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଖୁବ ଶୀଘ୍ର ଏହାର କାର୍ଯ୍ୟାଦେଶ ଘୋଷଣା କରାଯାଇ କାମ ଆରମ୍ଭ କରାଯିବ ବୋଲି ନାଲକୋର ଜନୈକ ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।

54
2161 views