
ବର୍ତ୍ତମାନ ସମୟରେ ଭାରତୀୟ ମାନଙ୍କର ନୈତିକ ଦାୟିତ୍ୱ କଣ ?
ବର୍ତ୍ତମାନ ସମୟରେ ଭାରତୀୟ ମାନଙ୍କର ନୈତିକ ଦାୟିତ୍ୱ କଣ ?
-------------------------------------------------
ଭାରତ ସରକାରଙ୍କ ଦ୍ବାରା ପାକିସ୍ତାନର ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ "ଅପରେଶନ ସିନ୍ଦୁର" ଆରମ୍ଭ କରାଯାଇଛି। ଏହା ଭାରତୀୟ ସେନା ଦ୍ବାରା ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ନିରବଚ୍ଛିନ୍ନ ପ୍ରକ୍ରିୟା ବୋଲି କହିବା ଭୁଲ୍ ହେବନାହିଁ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ତରଫରୁ ଭାରତୀୟ ମାନଙ୍କୁ ଭ୍ରମିତ କରିବା ପାଇଁ ବ୍ୟାପକ କ୍ଷୟକ୍ଷତି କରୁଥିବା ବିଭିନ୍ନ ମିଥ୍ଯା ପ୍ରଚାର କରୁଥିବା ଦେଖିବାକୁ ମିଳୁଅଛି। ପାକିସ୍ତାନର ସୋସିଆଲ ମିଡିଆ ହ୍ୟାଣ୍ଡଲରମାନେ ଅନେକ ତଥ୍ଯ ବିହୀନ ମିଥ୍ଯା ପ୍ରଚାର କରୁଥିବା ଦେଖିବାକୁ ମିଳୁଅଛି।
ଆପଣମାନଙ୍କୁ ବିନମ୍ର ଅନୁରୋଧ କରାଯାଉଛି, କୌଣସି ପ୍ରକାରର ସତ୍ଯତା ନଜାଣି ପାକିସ୍ତାନ ଦ୍ବାରା ପ୍ରକାଶ କରାଯାଉଥିବା ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟ ଗୁଡିକୁ ଆଦୌ ବିଶ୍ବାସ କରନ୍ତୁ ନାହିଁ। ଭାରତର ଜଣେ ସଚେତନ ନାଗରିକ ଭାବରେ ପାକିସ୍ତାନର କୌଣସି ପ୍ରକାରର ସୋସିଆଲ ମିଡିଆ ବାର୍ତ୍ତା ଅଥବା ଲିଙ୍କଗୁଡିକୁ ସେୟାର କରିବା ପୂର୍ବରୁ ତାହା ନିଜେ ଡିଲିଟ୍ କରିଦେବା ଉଚିତ୍। ଏହାଦ୍ବାରା ପାକିସ୍ତାନର ମିଥ୍ଯା ପ୍ରଚାର ରୋକିବାରେ ଅନେକ ସହାୟକ ହେବ। ଏତଦ୍ ବ୍ୟତିତ ଭାରତୀୟ ସେନାଙ୍କର କୌଣସି ପ୍ରକାରର ଗତିବିଧି, ଲୋକେସନ୍, ଫୋଟ ଓ ଭିଡିଓ ଫୁଟେଜ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକ ବାବଦରେ କିଛିବି ସୂଚନା ଆଦୌ ସେୟାର କରନ୍ତୁ ନାହିଁ। ଏହା ଶତୃମାନଙ୍କୁ ଭାରତ ବିରୁଦ୍ଧରେ ତଥା ଭାରତୀୟ ସେନା ବିରୁଦ୍ଧରେ ତଥ୍ଯ ଜାଣିବାକୁ ମିଳିଯିବ। ଏବିଷୟରେ ନିଜେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ସାବଧାନ କରିବା ପାଇଁ ନିଶ୍ଚିତ ଭାବରେ ପରାମର୍ଶ ପ୍ରଦାନ କରନ୍ତୁ। କୌଣସି ପ୍ରକାରର ଭିତ୍ତିହୀନ ମିଥ୍ଯା କଥା ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ, ସେଭଳି ବିଷୟ ଗୁଡ଼ିକୁ ପୁନର୍ବାର ସେୟାର କରିବାରୁ ନିବୃତ୍ତ ରହିବା ନିତାନ୍ତ ଜରୁରୀ ଅଟେ।
ଭାରତ ସରକାରଙ୍କ ଦ୍ବାରା ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ଭାରତୀୟ ସେନା ତରଫରୁ ଦାୟିତ୍ୱ ସମ୍ପନ୍ନ ଓ ସମସ୍ତ ପ୍ରକାରର ସମ୍ବେଦନଶୀଳ ସ୍ଥାନ, ନାଗରିକ ମାନଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କେନ୍ଦ୍ର ସରକାର ତରଫରୁ ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାହା ପ୍ରଶଂସନୀୟ ଓ ରାଷ୍ଟ୍ର ତଥା ପ୍ରତ୍ୟେକ ନାଗରିକ ମାନଙ୍କ ସ୍ବାର୍ଥ ହିତରେ କରାଯାଇଛି। ଏପରି ଘଡିସନ୍ଧି ସମୟରେ ପ୍ରତ୍ୟେକ ନାଗରିକ ମାନଙ୍କର ମଧ୍ଯ ନୈତିକ ଦାୟିତ୍ୱ ରହିଛି, ତାହା ରାଷ୍ଟ୍ର ସୁରକ୍ଷା ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ। ସବୁବେଳେ ରାଷ୍ଟ୍ର ସୁରକ୍ଷା ପାଇଁ ସଚେତନ ରହିବା ସହିତ ପ୍ରତ୍ୟେକଟି ବିଷୟ ପ୍ରତି ଧ୍ଯାନ ଦେଇ ସାବଧାନତା ଅବଲମ୍ବନ କରିବା ନିତାନ୍ତ ଜରୁରୀ। ଯଦି କୌଣସି ପ୍ରକାରର ସନ୍ଦିଗ୍ଧ ବିଷୟ, ବ୍ଯକ୍ତି, ସୋସିଆଲ ମିଡିଆ ବାର୍ତ୍ତା, ଅନ୍ୟ କୌଣସି ସୂଚନା ଜାଣିବାକୁ ମିଳୁଅଛି। ତେବେ ତାହା ତୁରନ୍ତ ନିକଟସ୍ଥ ପ୍ରଶାସନ ଅଥବା ପୋଲିସକୁ ଜଣାଇବା ଉଚିତ୍। ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର, ସମସ୍ତ ରାଜ୍ଯ/କେନ୍ଦ୍ର ଶାସିତ ସରକାରଙ୍କ ତରଫରୁ ପୂର୍ଣ୍ଣ ଭାବରେ ସତର୍କତାର ସହିତ ପଦକ୍ଷେପ ଗ୍ରହଣ କରାଯାଇଛି। ସଠିକ ତଥ୍ଯ ତଥା ସୂଚନା ଜାଣିବା ପାଇଁ ନିର୍ଦ୍ଧାରିତ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବିଷୟ ପ୍ରତି ଧ୍ଯାନ ଦେବା ଏକାନ୍ତ ଆବଶ୍ଯକ।
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।