
ଆସିକା ପୌରଞ୍ଚଳ ଭୂ-ବନ୍ଦୋବସ୍ତ ଓ ସର୍ଭେ କାର୍ଯ୍ୟ ହାଇଟେକ ସର୍ଭେ ମାଧ୍ୟମରେ କରିବାକୁ ଦାବି
ଆସିକା ପୌରଞ୍ଚଳ ଭୂ-ବନ୍ଦୋବସ୍ତ ଓ ସର୍ଭେ କାର୍ଯ୍ୟ ହାଇଟେକ ସର୍ଭେ ମାଧ୍ୟମରେ କରିବାକୁ ଦାବି
ଆସିକା – 09/05 – ଆଜି ଆସିକା ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସହରର ଆଇନଜୀବୀ, ସାମ୍ବାଦିକ ଓ ସଚେତନ ନାଗରିକ ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି, ଏହି ସଭାରେ ଆସିକା ସହରର ସରକାର ଆଜସୁଧା ଗ୍ରାମକଣ୍ଠକ ପରମ୍ବକ କୁ ଭୂ ବନ୍ଦୋବସ୍ତ କାର୍ଯ୍ୟ ଦୀର୍ଘ 1952 ମସିହା ଠାରୁ କରି ନଥିବାରୁ ଜନସାଧାରଣ ପଟ୍ଟା ଟିଏ ପାଇପାରୁ ନଥିବାରୁ ସରକାରୀ, ବେସରକାରୀ ଯୋଜନା ଦଇବି ଦୁର୍ବିପାକ, ବିପର୍ଜୟ ସମୟରେ ସରକାରଙ୍କ କୌଣସି ସାହାଜ୍ୟ ସହଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି, ରାଜସ୍ୱ ଓ ବିପର୍ଜୟ ପ୍ରଶମନ ବିଭାଗର ନିର୍ଦେଶ କ୍ରମେ 2017 ମସିହାରେ ସ୍ଥାୟୀ ବନ୍ଦୋବସ୍ତ ଓ ସର୍ଭେ କାର୍ଯ୍ୟ ଆରମ୍ଭ କରଯାଇଥିଲା, କିନ୍ତୁ ସରକାରଙ୍କ ଉଦାସୀନତା ମନୋଭାବ ଏବଂ ଆବଶ୍ୟକ ତାଲିମ ପ୍ରାପ୍ତ କର୍ମଚାରୀ, ଭିତିଭୂମି ଓ ଯନ୍ତ୍ରପାତି ଅଭାବରୁ ଆଜ ସୁଧା ବନ୍ଦୋବସ୍ତ ଓ ସର୍ଭେ କାର୍ଯ୍ୟ ହୋଇପାରୁ ନଥିବାରୁ ଆସିକା ସହର ବାସିନ୍ଦା ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି I ବର୍ତମାନ ସରକାର ବିଙ୍ଗ୍ଯପ୍ତି ପ୍ରକାଶ କରି ପୂର୍ବ ଆଦେଶନାମାକୁ ପ୍ରତ୍ୟାହାର କରିଥିବା ଜଣାପଡିଛି I ଯାହା ଫଳରେ ଆସିକାବାସି ପଟ୍ଟା ପାଇବା ଆଶା ମଉଳିଯାଉଛି I ଏଣୁ ଆବାହକ ଗଙ୍ଗାଧର ଶତପଥିଙ୍କ ଅଧକ୍ଷତାର ବୈଠକରେ ସତ୍ୟନାରାୟଣ ରଥ, ପ୍ରସନ୍ନ କୁମାର ତ୍ରିପାଠୀ, ବିନୋଦ ପାଣିଗ୍ରାହୀ, ନାରାୟଣ ମୁନି, ଦିଲ୍ଲୀପ ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ, ନିରୋଜ କୁମାର ପାଢୀ, ଉପେନ୍ଦ୍ରନାଥ ମିଶ୍ର, ସନ୍ତୋଷ ମିଶ୍ର, ସୁରେନ୍ଦ୍ରନାଥ ଦାଶ, ନିରଞ୍ଜନ ପଣ୍ଡା, ପଂଚାନନ ବିଶୋଈ, ଶକ୍ତି ପ୍ରସାଦ କର ପ୍ରମୁଖ ବୁଦ୍ଧିଜୀବୀ ଓ ସଚେତନ ନାଗରିକ କ୍ଷୋଭ ପ୍ରକାଶ କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି I ଆସିକାର ପାକଲାପଲ୍ଲୀ, ସୁନାମ୍ବ, ଆସିକା, ଖମ୍ବେଶ୍ଵରୀ ପାଟଣା ଓ ନରସିଂହ ପଲ୍ଲୀ ମୌଜା ର ହାଇଟେକ ସର୍ଭେ କରି ତୁରନ୍ତ ବାସିନ୍ଦା ଙ୍କୁ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି I ଏଥିପାଇଁ ଏକ ପ୍ରତିନିଧି ଦଳ ଦାବି ପତ୍ର ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟ ମନ୍ତ୍ରୀ, ରାଜସ୍ୱ ସଚିବ, ରାଜସ୍ୱ ମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର, ଗଞ୍ଜାମ ଜିଲ୍ଲାପାଳ, ଆସିକା ବିଧାୟକ, ଆସିକା ଲୋକସଭା ସଦସ୍ୟା ଓ ତହସିଲଦାର ଙ୍କୁ ପ୍ରଦାନ କରିବାକୁ ସଭାରେ ନିସ୍ପତି ଗ୍ରହଣ କରାଯାଇଛି I