
ନାଲକୋ ଦାମନଯୋଡି ସମ୍ପ୍ରସାରଣ ପ୍ରକଳ୍ପରେ ବ୍ରିଜ୍ ଏଣ୍ଡ ରୁଫ୍ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର
କୋରାପୁଟ/ଦାମନଯୋଡି, ୦୬/୦୫/୨୦୨୫ (ନଳିନୀ କାନ୍ତ ସେନାପତି): ନାଲକୋ ଦାମନଯୋଡି ସମ୍ପ୍ରସାରଣ ପ୍ରକଳ୍ପରେ କାର୍ଯ୍ୟରତ ଭାରତ ସରକାରଙ୍କ ଉଦ୍ୟୋଗ ବ୍ରିଜ ଏଣ୍ଡ ରୁଫ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ଲେବର୍ କ୍ୟାମ୍ପ ଠାରେ ମଙ୍ଗଳବାର ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର କମ୍ପାନୀର ଉପ ମହା ପ୍ରବନ୍ଧକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି। ବ୍ରିଜ ଏଣ୍ଡ ରୁଫର ବରିଷ୍ଠ ପ୍ରବନ୍ଧକ ସୌମ୍ୟ କାନ୍ତ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ମାଥାଲପୁଟ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ମାର୍ଶାଲିନ ବିଶ୍ଵାଳ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଡାକ୍ତର ମାର୍ଶାଲିନ ବିଶ୍ଵାଳଙ୍କ ସମେତ ଡାକ୍ତର ଅବିନାଶ ଚିନାରା, ଡାକ୍ତର ସୁଶ୍ରୀତା ଦାସ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଫାର୍ମାସିଷ୍ଟ ଗଣେଶ ବେହେରା, କାମିନୀ ନାୟକ ଓ ସ୍ବାସ୍ଥ୍ୟକର୍ମୀ ବେବି ସ୍ୱାଇଁ ସହଯୋଗ କରିଥିଲେ। ବ୍ରିଜ ଏଣ୍ଡ ରୁଫ୍ ଡିଜିଏମ ପିଜୁସ କାନ୍ତି ଘୋଷ, ଏଜିଏମ ଜୟନ୍ତ କୁମାର ଦାସ, ଅଭିଜିତ ମୁଖାର୍ଜୀ, ଏଚ୍ଆର୍ ସିଦ୍ଧାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ସେଫ୍ଟି ଅଧିକାରୀ କାହ୍ନୁ ଚରଣ ଭୋଳ, ସଂଗ୍ରାମ ଭୋଳ, ଫାର୍ଷ୍ଟ ଏଡ୍ ଅଧିକାରୀ ରମେଶ ଚନ୍ଦ୍ର ଖରା, ସୁପରଭାଇଯର ସୁବିର୍ ଚାଟାର୍ଜୀ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ଏହି ଶିବିରରେ କମ୍ପାନୀର କାର୍ଯ୍ୟରତ ଶତାଧିକ ପୁରୁଷ, ମହିଳା ଶ୍ରମିକ ଓ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତଙ୍କୁ ଆବଶ୍ୟକୀୟ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। କମ୍ପାନୀର ଏପରି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।