ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ବିଶ୍ବ ହସ ଦିବସ ପାଳନ !
ବ୍ରହ୍ମପୁର, ତା୪-୫-୨୫ରିଖ
ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ମଂଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ତତ୍ତ୍ବାବଧାନରେ ବିଶ୍ବ ହସ ଦିବସ ଉପଲକ୍ଷେ ପୂର୍ବାହ୍ଣ ୬.୩୦ ମି ସମୟେ ମଂଚର ସମସ୍ତ ସଦସ୍ୟ ଲାଂଜିପଲ୍ଲୀର ବିଭିନ୍ନ ସାହି ଭ୍ରମଣ କରି ହସର ଉପକାରିତା ଉପରେ ସ୍ଳୋଗାନମାନ ଦେଇଥିଲେ । ମଂଚର ଉପସଭାପତି ପ୍ରଫେସର ଡଃ ଅରୁଣ କୁମାର ପଣ୍ତା, ସଂପାଦକ ସୁରେଶ ଜେନା, ଉପଦେଷ୍ଠା କେ. କ୍ରୀଷ୍ଣା ରାଓ, ଯୁଗ୍ମ ସଂପାଦକ ବିନୋଦ କୁମାର ପାଣିଗ୍ରାହି, ଶିବରାମ ପାଣିଗ୍ରାହି, ବିଭୂତି ଭୂଷଣ ବେହେରା ନଗର ଭ୍ରମଣର ଦାୟୀତ୍ବ ନେଈଥିଲେ । ଉକ୍ତ କାର୍ଯ୍ଯକ୍ରମରେ ସର୍ବଶ୍ରୀ ଇଂ ବାସୁଦେବ ସାହୁ, ମନୋଜ କୁମାର ବେହେରା, ଦେବେନ୍ଦ୍ର ଅଚାର୍ଯ୍ଯ, ଗୌରୀ ଶଙ୍କର ପାତ୍ର, ଦୀନବନ୍ଧୁ ପାତ୍ର, ସୁଜନ ଶୁକ୍ଳ, ଦିବାକର ପାତ୍ର, ଲବ କୁମାର ମହାପାତ୍ର, ପୁରନ୍ଦର ମହାଙ୍କୁଡ, ରାଧା ମୋହନ ପଟନାୟକ, ଅଭିମନ୍ୟୁ ମହାରଣା, ଲୋକନାଥ ବ୍ରହ୍ମା, ହରିବନ୍ଧୁ ବେହେରା ସମେତ ଅର୍ଦ୍ଧଶତାଧିକ ସଦସ୍ୟ ଅଂଶ ଗ୍ରହଣ କରି ନଗର ଭ୍ରମଣକୁ ସାଫଲ୍ୟମଣ୍ତିତ କରିଥିଲେ ।