logo

ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ଦାମନଯୋଡିରେ ପଞ୍ଚମ ଦିବସରେ ଚାପ ଖେଳିଲେ ମଦନମୋହନ, ଦାମନଯୋଡି,କୋରାପୁଟ, ଓଡିଶା,ତା୪/୫/୨୫(ରବିବାର)

ଶ୍ଵେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୂଙ୍କ ଚଳନ୍ତି ବିଗ୍ରହ ମଦନ ମୋହନଙ୍କ ପଞ୍ଚମ ଦିନର ଚାପ ଖେଳ

ଦାମନଯୋଡ଼ି,୦୪/୦୫:ଶ୍ଵେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ିର ନାଲକୋ ଟାଉନସିପ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ଶ୍ରୀ ଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀକୁ ଅଣା ଯାଇଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ବୋଇତରେ ଶ୍ରୀ ଜୀଉଙ୍କୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ କରାଯାଇଥିଲା ନାଲକୋ ସମୂହ ମହାପ୍ରବନ୍ଧକ(ଅର୍ଥ)ସଂଜୟ ଗୁପ୍ତା କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ରୂପେ ଯୋଗ ଦେଇଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ବିଭିନ୍ନ ପୂଜାନୀତି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସଭାପତି ତଥା ସମୂହ ମହାପ୍ରବନ୍ଧକ ସଂଜୟ କୁମାର ପଟ୍ଟନାୟକ, ସଂପାଦକ କୈଳାସ ସେନାପତି, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା ସମେତ କାର୍ଯ୍ଯକର୍ତ୍ତା ,ପ୍ରକାଶ କୁମାର ସାହୁ,ରଞ୍ଜନ କୁମାର ବେହେରା,ମମତା ରାଣୀ ବେହେରା,ଗୀତାଞ୍ଜଳି ଧଳ,କାଞ୍ଚନ ପଟ୍ଟନାୟକ,ସରସ୍ୱତୀ ଦଳେଇ, ବିମଳ ନାୟକ,ସନ୍ତୋଷ କୁମାର ପଣ୍ଡା,ପ୍ରକାଶ ଚନ୍ଦ୍ର ସାହୁ,ପି.କେ ମୁନି,ଆର.ଏନ.ମୁଦୁଲି,ଖଦାଳ ନାୟକ,ନିରୋଦ କୁମାର ପ୍ରଧାନ,ଡଃ ଅଶୋକ କୁମାର ମହାନ୍ତି,ଶୁଭ୍ରକାନ୍ତ ସାହୁ,ଅଂଶୁମାନ ବଡୁ,ସରୋଜ ଦଲେଇ,ମୂରଲୀଧର ଦାସ,ସଦାଶିବ ବେହେରା,ବିକ୍ରମ ଜେନା,ଅବିନାଶ ଜେନା,ଗୌତମ ସାହୁ,ବିଜୟ କୁମାର ଆଚାର୍ଯ୍ଯ, ,ଅରୂପ ନାହାକ,ଶିବାଶିଷ ମହାରଣା,ସତ୍ୟଶିବ ପାତ୍ର,ଈଶ୍ୱର ମାଳି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

55
1646 views