
ଅଲ ଓଡିଶା ରିପୋଟର୍ସ ଆସୋସିଏସନ ଆଠମଲ୍ଲିକ ଉପଖଣ୍ଡ ଶାଖା ର ବୈଠକ l
ଅନୁଗୋଳ (କରୁଣାକର ନାୟକ)4/5
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ଲୁହାମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଅଲ ଓଡିଶା ରିପୋଟରସ ଆସୋସିଏସନ ଆଠମଲ୍ଲିକ ଉପଖଣ୍ଡ ଶାଖା ସୌଜନ୍ୟ ରେ ଦ୍ୱିତୀୟ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବାବା ଧବଳେଶ୍ୱର ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ଆଠମଲ୍ଲିକ ର ସଭାପତି କରୁଣାକର ନାୟକ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିଲେ l "ଆରୋ" ଅନୁଗୋଳ ଜିଲ୍ଲା ସଭାପତି ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ବାବା ଧବଳେଶ୍ୱର ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ର ସମ୍ପାଦକ ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ମହାସଂଘ ର ପରାମର୍ଶ ଦାତା ବଂଶୀଧର ସେଠି ଙ୍କ ଅଧକ୍ଷତରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଆଠମଲ୍ଲିକ ଉପଖଣ୍ଡ ର ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ଯୋଡି ସଙ୍ଘ ଙ୍କୁ ଦୃଢ଼ୀଭୁତ କରି ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ଓ ପରିବାରକୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ତାହା ଉପରେ ଆଲୋଚନା କରାଯାଇଥିଲା ଓ ସମସ୍ତ ସାମ୍ୱାଦିକ ବନ୍ଧୁ ମାନଙ୍କ ନିଜସ୍ୱ ମତାମତ ନିଆଯାଇଥିଲା l ଆରୋ ସଂଗଠନ ଲକ୍ଷ ଓ ଉଦେଶ୍ୟ ଉପରେ ଆଲୋକ ପାତ କରିବା ସହିତ ଖୁବ ଶୀଘ୍ର ଓଡିଶା ରେ ରାଜ୍ୟ ସଭାପତି ଡ଼କ୍ଟର ସୁଧାଂଶୁ ଶେଖର ରାଉତ ଙ୍କ ନେତୃତ୍ୱ ରେ ଓଡିଶା ର ସମସ୍ତ ରିପୋଟର ଓ ଜିଲ୍ଲା କାର୍ଯ୍ୟକାରିଣୀ କମିଟି କୁ ନେଇ ଦୁଇଟି ପୃଥକ ଭାବେ ବୈଠକ ହେବାର ପ୍ରସ୍ତାବ ରହିଛି ବୋଲି ଜିଲ୍ଲା ସଭାପତି ବସନ୍ତ କୁମାର ନାୟକ ସଭାରେ ସୂଚନା ପ୍ରଦାନ କରିଥିଲେ l ଉକ୍ତ ବୈଠକ ରେ କନକ ଟିଭି ର ଆଠମଲ୍ଲିକ ସାମ୍ବାଦିକ ଶ୍ରୀମନ୍ତ କୁମାର ସାହୁ ସଙ୍ଘ ରେ ନୂତନ ଭାବେ ଯୋଡି ହୋଇଥିବାରୁ ସଙ୍ଘ ପକ୍ଷରୁ ଶ୍ରୀ ସାହୁ ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମର୍ଦ୍ଧିତ କରାଯାଇଥିଲା l ତତ ସହିତ ଲୁହାମୁଣ୍ଡା ମା ହିଙ୍ଗୁଳାଇ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସ୍ମୃତିରେଖା ସାହୁ, ପିତା ନିର୍ମଳ ସାହୁ ମାତା ଲବଙ୍ଗଳତା ସାହୁ ଚଳିତ ଦଶମ ପରୀକ୍ଷାରେ 491ନମ୍ବର ରଖି ଲୁହାମୁଣ୍ଡା ମା ହିଙ୍ଗୁଳାଇ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅଲ ଓଡିଶା ରିପୋଟରସ ଆସୋସିଏସନ ଜିଲ୍ଲା ସଭାପତି ବାସନ୍ତକୁମାର ନାୟକ ଗହଣରେ ଆସୋସିଏସନ ଛାତ୍ରୀ ସ୍ମୁତି ରେଖା ସାହୁ ଙ୍କୁ ସମର୍ଦ୍ଧିତ କରିଥିଲେ l ଏଥିରେ 20 ଜଣ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ l