logo

ବିବାହ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜିତ, ଦାମନଯୋଡି,କୋରାପୁଟ, ଓଡିଶା

ଓଡ଼ିଶା ରକ୍ତଦାତା ମହାସଂଘର ସେଞ୍ଚୁରିଆନ ରକ୍ତଦାତା ପବିତ୍ର ସାହୁ ଙ୍କ ୨୯ତମ ବିବାହ ବାର୍ଷିକୀ ପାଳନ ଅବସରରେ ରକ୍ତଦାନ ଶିବିର

ଦାମନଯୋଡି :- ତା ୨୯.୦୪.୨୦୨୫ ସେକ୍ଟର୍- ୨ ସ୍ଥିତ ସୁନାବେଶ ମଣ୍ଡପ ଠାରେ ଦାମନଯୋଡିର ଏକ ମାତ୍ର ସେଚୁରିଆନ ରାକ୍ତଦାତା ପାବିତ୍ର ସାହୁ ତାଙ୍କର ୨୯ତମ ବିବାହ ବାର୍ଷିକୀ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ସେଥିଲାଗି ଆଜି ସୁନାବେଶ ମଣ୍ଡପ ନିକଟରେ ଓଡ଼ିଶା ରକ୍ତଦାତା ମହାସଂଘ କୋରାପୁଟଶାଖା ଆନୁକୁଲ୍ୟରେ ପବିତ୍ର ସାହୁଙ୍କ ବଳିଷ୍ଠ ଉଦ୍ୟମରେ ଆଜି ଏକ ସ୍ଵଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର କୁ ନିଜେ ପବିତ୍ର ସାହୁ ଓ ତାଙ୍କ ସହଧର୍ମିଣୀ ସୁଧାଂଶୁବlଳା ସାହୁ ପ୍ରଥମେ ରକ୍ତଦାନ କରି ଉଦଘାଟନ କରିଥିଲେ। ପବିତ୍ର ସାହୁ ଆଜି ତାଙ୍କର ୧୨୩ତମ ରକ୍ତଦାନ କରି ଏକ ବିରଳ ରେକର୍ଡ ସ୍ଥାପନା କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହଣ ସାଜିଛନ୍ତି। ଉକ୍ତ ଶିବିରରେ ନିମନ୍ତ୍ରିତ ଅତିଥିଭାବେ ଶୁକଦେବ ପତାୟଟ ଯୋଗ ଦେଇ ତାଙ୍କର ୨୧ ତମ ଵିଵାହ ବାର୍ଷିକୀ ପାଳନ ଅବସରରେ ମଧ୍ୟ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡ଼ ନରେଶ ଚନ୍ଦ୍ର ସାହୁ ଉଭୟ ଦମ୍ପତିଙ୍କୁ ଆଶୀର୍ବାଦ କରିବା ସହ ନୂତନ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ। ଏହି ଶିବିରକୁ ପବିତ୍ର ସାହୁଙ୍କ ସମେତ ସନ୍ତୋଷ ମିଶ୍ର, ନିରଞ୍ଜନ ପାତ୍ର , ଅଭୟ କୁମାର ଜେନା,ଲକ୍ଷ୍ମଣ ମାଳି ଓ ସନ୍ତୋଷ କୁମାର ନାୟକ ଶିବିର ପରିଚାଳନା କରିଥଲେ। ଓଡିଶା ବ୍ଲଡ ସେଣ୍ଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ର ରକ୍ତଭଣ୍ଡାର କର୍ମଚାରୀ ଭି ଗଙ୍ଗାଧର , ରବୀନ୍ଦ୍ର ମିଶ୍ର ଓ ଡ଼ ଏମ୍ ଏସ୍ ବଳିଆର୍ଶିଂହ ରକ୍ତ ସଂଗ୍ରହ କରିଥିଲେ। ପ୍ରବଳ ଗରମ ସତ୍ତ୍ୱେ ଉକ୍ତ ରକ୍ତଦାନ ଶିବିରରୁ ୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏସ. ଭି. ଏମ୍ ର ଯୁବ ରେଡକ୍ରସର ସ୍ବେଛସେବୀ ସନ୍ତୋଷ କୁମାର ନାୟକ ଓ ଲକ୍ଷ୍ମଣ ମାଳି ଶିବିର ସ୍ଵେଚ୍ଛାକୃତ ସେବା ଯୋଗାଇ ଥିଲେ।

48
2756 views