ଶ୍ଵେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୂଙ୍କ ୪ର୍ଥ ଦିନର ଚାପ ଖେଳ
ଦାମନଯୋଡ଼ି,୦୩/୦୫:ଶ୍ଵେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ିର ନାଲକୋ ଟାଉନସିପ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣା ଯାଇଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀ ଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ନାଲକୋ ସମୂହ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ରୂପେ ଯୋଗ ଦେଇଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ବିଭିନ୍ନ ପୂଜାନୀତି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ପି.କେ.ମହାରଣା,ରଞ୍ଜନ କୁମାର ବେହେରା,ବିମଳ ନାୟକ,ସନ୍ତୋଷ କୁମାର ପଣ୍ଡା,ଶିଶିର ପରିଡ଼ା,ଗୌତମ ସାହୁ,ପି କେ ମୁନି,ନକୁଳ ଚରଣ ପତି, ପ୍ରକାଶ ଚନ୍ଦ୍ର ସାହୁ,ପି.କେ ମୁନି,ଅଶୋକ କୁମାର ମହାନ୍ତି,ଲମ୍ବୋଦର ସ୍ବାଇଁ,ଜଳେନ୍ଦ୍ର ତ୍ରିପାଠୀ, ସଦାଶିବ ବେହେରା,ଆର.ଏନ.ମୁଦୁଲି,ଖଦାଳ ନାୟକ,ନିରୋଦ କୁମାର ପ୍ରଧାନ,ସରୋଜ ଦଲେଇ,ସନ୍ତୋଷ ଦାଶ,ଅରୂପ ନାହାକ,ସତ୍ୟଶିବ ପାତ୍ର,ଈଶ୍ୱର ମାଳି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।