
ଶ୍ଵେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୂଙ୍କ ୨ୟ ଦିନର ଚାପ ଖେଳ
ଦାମନଯୋଡ଼ି,୦୧/୦୫: ଶ୍ଵେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ିରେ ଗୁରୁବାର ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଯାଇଛି।ନାଲକୋ ଟାଉନସିପ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣା ଯାଇଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀ ଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ଧର୍ମପତ୍ନୀ ସ୍ମିତା ପଟ୍ଟନାୟକଙ୍କ ସହିତ କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ରୂପେ ଯୋଗ ଦେଇଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ବିଭିନ୍ନ ପୂଜାନୀତି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ଅନାମ ଚରଣ ନାୟକ,ରଞ୍ଜନ କୁମାର ବେହେରା,ଜୟକୃଷ୍ଣ ନାୟକ,ନକୁଳ ଚରଣ ପତି,ସନ୍ତୋଷ କୁମାର ପଣ୍ଡା,ସୁଶାନ୍ତ କୁମାର ଦାଶ,ସରୋଜିନୀ ତ୍ରିପାଠୀ,ମମତା ବେହେରା,ଗୀତାଞ୍ଜଳି ଧଳ,ସନ୍ତୋଷ କୁମାର ଦାଶ,ସଦାଶିବ ବେହେରା,ପ୍ରକାଶ ଚନ୍ଦ୍ର ସାହୁ,ପି.କେ ମୁନି,ଆର.ଏନ.ମୁଦୁଲି,ଖଦାଳ ନାୟକ,ନିରୋଦ କୁମାର ପ୍ରଧାନ,ଶୁଭ୍ରକାନ୍ତ ସାହୁ,ଅଂଶୁମାନ ବଡୁ,ସରୋଜ ଦଲେଇ,ମୂରଲୀଧର ଦାସ,ଅବିନାଶ ଜେନା,କୈଳାସ ମହାରଣା,ଅରୂପ ନାହାକ, ସତ୍ୟଶିବ ପାତ୍ର,ଈଶ୍ୱର ମାଳି,ପ୍ରଶାନ୍ତ କୁମାର ନାୟକ ଓ ମନୋଜ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।