logo

ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକ କୁ ମରଣାନ୍ତକ ଆକ୍ରମଣ,ପୋଲିସ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସାନ ଉସ୍ତାପଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଗତ ରାତିରେ ଗ୍ରାମରେ ଗୋଟିଏ ବାହାଘର ପ୍ରୋସେନ ଚାଲିଥିବା ବେଳେ ପ୍ରଥମେ କଥାକଟା ପରେ ଖଣ୍ଡାରେ ଜଣେ ଯୁବକ କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମ ର ବଣ୍ଟି ପ୍ରଧାନ ନାମ କ ଯୁବକ ଗୁରୁତର ହୋଇଥିବା ବେଳେ ହାତର ପାପୁଲି ୯୦ ଭାଗ କଟିଯାଇଛି l ତେବେ ଗୁରୁତର ଅବସ୍ଥାରେ ବଣ୍ଟି ଙ୍କୁ ପ୍ରଥମେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ବ୍ରହ୍ମପୁର ରୁ କଟକ ସ୍ଥାନାନ୍ତର କରାଯାଇଛି l ଆକ୍ରମଣ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଗ୍ରାମରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l

3
52 views