logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଆଇଏସଏଫ ଅଗ୍ନି ନିର୍ବାପନ ସପ୍ତାହ ଉଦଯାପିତ


ସିଆଇଏସଏଫ ଅଗ୍ନି ନିର୍ବାପନ ସପ୍ତାହ ଉଦଯାପିତ
ଦାମନଯୋଡି,୨୦/୦୪(ମାନସ ରଞ୍ଜନ କର)
ଦାମନଯୋଡି ନାଲକୋ ସୁରକ୍ଷାରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଥିବା ଅଗ୍ନି ନିର୍ବାପନ ସପ୍ତାହ ଶନିବାର ଉଦଯାପିତ ହୋଇଯାଇଛି।ସିଆଇଏସଏଫ ସିନିୟର କମାଣ୍ଡାଣ୍ଟ ସତ୍ଯଦେବ ଆର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ସସ୍ତ୍ରୀକ ମୁଖ୍ଯଅତିଥି ରୂପେ ଯୋଗ ଦେଇଥିଲା ବେଳେ ନାଲକୋର ବିଭିନ୍ନ ବିଭାଗର ସମୂହ ମହାପ୍ରବନ୍ଧକ,ବରିଷ୍ଠ ଅଧିକାରୀ,ଡେପୁଟି କମାଣ୍ଡାଣ୍ଟ ଦିଲପ୍ରୀତ ସିଂହ ଚିମା,ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମହିଳାମାନେ ଉପସ୍ଥିତ ଥିଲେ।ବିଭାଗ ପକ୍ଷରୁ ଯବାନମାନେ ଚିତ୍ତାକର୍ଷକ ଡେମନଷ୍ଟ୍ରେସନ ପ୍ରଦର୍ଶନ କରିଥିଲେ।ଦାମନଯୋଡି ନାଲକୋ ଏବଂ ଆଖପାଖ ଅଞ୍ଚଳରେ ଅଗ୍ନିଜନିତ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସିଆଇଏସଏଫର ତତ୍କାଳ ସାହାଯ୍ଯ ଓ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତ୍ତି ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଅଗ୍ନିଶମ ବିଭାଗର ଡେପୁଟି କମାଣ୍ଡାଣ୍ଟ ନରେନ୍ଦ୍ର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଫଟୋ- କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ ଡେମନଷ୍ଟ୍ରେସନ ବୁଝାଉଛନ୍ତି ଯବାନମାନେ

127
9695 views

Comment