logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଥାଲପୁଟ ରାଧାକୃଷ୍ଣ ମନ୍ଦିରର ଦ୍ବାଦଶ ବାର୍ଷିକଉତ୍ସବ



ମାଥାଲପୁଟ ରାଧାକୃଷ୍ଣ ମନ୍ଦିରର ଦ୍ବାଦଶ ବାର୍ଷିକଉତ୍ସବ
ଦାମନଯୋଡି,୧୯/୦୪ (ମାନସ ରଞ୍ଜନ କର)
ଦାମନଯୋଡି ମାଥାଲପୁଟ ସ୍ଥିତ ରାଧାକୃଷ୍ଣ ମନ୍ଦିରର ଦ୍ବାଦଶ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି।୭ଦିନ ଧରି ହେଉଥିବା ଏହି ଉତ୍ସବରେ ଶନିବାର ସକାଳେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଶତାଧିକ ମହିଳା ଶ୍ରଦ୍ଧାଳୁମାନେ ସ୍ଥାନୀୟ ମରିଚମାଳ ନଦୀରୁ କଳଶ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଏହି ଅବସରରେ ଶନିବାର ଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ଶ୍ରୀମଦ ଭାଗବତ କଥା ପାରାୟଣ ଅନୁଷ୍ଠିତ ହେବ।ଶ୍ରୀଧାମ ବୃନ୍ଦାବନରୁ ତ୍ରୀଦଣ୍ଡି ସ୍ବାମୀ ଭିକ୍ଷୁ ମହାରାଜ ଏହି ପାରାୟଣରେ ପ୍ରବଚନ ଦେବେ ବୋଲି ଜଣାପଡିଛି।ସେହିପରି ଗୁରୁବାର ଘୃତଯଜ୍ଞ,ଶୁକ୍ରବାର ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ।ଏହାସହିତ ଏହି ଉତ୍ସବରେ ଏକଲକ୍ଷ ଦୀପଯଜ୍ଞର ଆୟୋଜନ ସହ ଅନ୍ନଯଜ୍ଞର ବ୍ୟବସ୍ଥା ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।ସୁନାବେଡ଼ାର ପର୍ବତ ମହାରାଜ ନାମଯଜ୍ଞ ଏବଂ ମନ୍ଦିରର ଦୈନନ୍ଦିନ ପୂଜକ ପ୍ରତାପ ପଣ୍ଡା ଓ ପ୍ରଣୟ ଦେଵତାଙ୍କ ସହ ରାମକୃଷ୍ଣ ମିଶ୍ର,ବଳଭଦ୍ର ଦାଶ,ମନୋରଞ୍ଜନ ଦାଶ ପୂଜାର୍ଚ୍ଚନା କରୁଥିବା ବେଳେ ହରିବନ୍ଧୁ ବିଶ୍ବାଳ,ସୁଦାମ ବାରିକ,ସଦାନନ୍ଦ ସାହୁ,ସନ୍ତୋଷ ପାତ୍ର,ଶ୍ୟାମସୁନ୍ଦର ବରାଡ,ଜହଲ ପାଙ୍ଗି,କେଶବ ଚୌଧୁରୀ,ବେଣୁଧର ସାହୁ,ବିଶ୍ବନାଥ ଚୌଧୁରୀ,ସଞ୍ଜୟ ବିଶ୍ବାଳ ପ୍ରମୁଖ ସସ୍ତ୍ରୀକ କର୍ତ୍ତା ଦାୟିତ୍ବ ତୁଲାଉଥିବା ଜଣାପଡିଛି।ମାଥାଲପୁଟ ମାର୍କେଟର ବ୍ୟବସାୟୀ,ଗ୍ରାମ ଲୋକେ ଓ ମନ୍ଦିର କମିଟି ପକ୍ଷରୁ ଉତ୍ସବ ପରିଚାଳନା କରାଯାଉଛି।

ଫଟୋ- କଳଶ ଶୋଭାଯାତ୍ରାରେ ଶ୍ରଦ୍ଧାଳୁ ମହିଳାମାନେ


124
1061 views

Comment