
ଅଲ ଓଡିଶା ରିପୋଟରସ ଆସୋସିଏସନ ଆଠମଲ୍ଲିକ ଶାଖା ପକ୍ଷରୁ ବୈଠକ ଅନୁଷ୍ଠିତ l
ଅନୁଗୋଳ (କରୁଣାକର ନାୟକ )18/4 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମ ପଂଚାୟତ କାର୍ଯ୍ୟାଳୟର ପରିସର ମଧ୍ୟରେ ବାବା ଧବଳେଶ୍ୱର ୱେବ ମିଡ଼ିଆ ମହାସଂଘ ର ସଭାପତି କରୁଣାକର ନାୟକ ଙ୍କ ଆହ୍ୱାନ କ୍ରମେ ଅଲ ଓଡିଶା ରିପୋଟର ଆସୋସିଏସନ ଆଠମଲ୍ଲିକ ଉପଖଣ୍ଡ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଜିଲ୍ଲା ସଭାପତି ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l. ବୈଠକ ର ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମର୍ଦ୍ଧନା କରାଯାଇଛି l ସାମ୍ବାଦିକ କରୁଣାକର ନାୟକ ସ୍ୱାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ଲକ୍ଷ ଓ ଉଦେଶ୍ୟ ୱାରେ ଆଲୋକପାତ କରିଥିଲେ l କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ସହିତ 10 ଗୋଟି ଦଫା କାର୍ଯ୍ୟକାରୀ କରିବାକୁ ଉକ୍ତ ସଙ୍ଘ ର ରାଜ୍ୟ ସଭାପତି ଡ଼କ୍ଟର ସୁଧାଂଶୁ ଶେଖର ରାଉତ ଅହରହ ସଂଗ୍ରାମ ଜାରି ରଖିବା ପ୍ରସଙ୍ଗ କୁ ବୈଠକ ରେ ଉପସ୍ଥାପନା କରାଯାଇଥିଲା l ଏଥିରେ ସାମ୍ବାଦିକ ବଂଶୀଧର ସେଠି, ରମେଶ ଚନ୍ଦ୍ର ନାୟକ ଓ ଦୀପକ କୁମାର ନାୟକ ଭିନ୍ନ ଭିନ୍ନ ନିଜସ୍ୱ ମତ ରଖିଥିଲେ l ଆଠମଲ୍ଲିକ ରେ ଯେତେ ଗୁଡିଏ ସାମ୍ବାଦିକ ଭାଇ ମାନେ ଅଛନ୍ତି. ସମସ୍ତ ଙ୍କୁ ଯୋଡି ପୁନର୍ବାର ଆଉଗୋଟିଏ ବୈଠକ ବସି ରାଜ୍ୟ ସଭାପତି ଙ୍କ ଉପସ୍ଥିତି ରେ ଆଠମଲ୍ଲିକ ଓ କିଶୋରନଗର ର ସଭାପତି ଚୟନ କରାଯିବ ତାହା ଉପରେ ଆଲୋଚନା କରାଯାଇଛି. l ଉକ୍ତ କାର୍ଯ୍ୟକ୍ରମ ରେ ଆଠମଲ୍ଲିକ ଓ କିଶୋର ନଗର ବ୍ଲକ ର ବିଭିନ୍ନ ସମ୍ବାଦ ପତ୍ର ଗଣମାଧ୍ୟମ ପ୍ରତିନିଧି ଓ ଇଲୋକ୍ଟ୍ରୋନିକ ମିତିଆ ବନ୍ଧୁ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ l ବୁଲୁ ଦଳେଇ, ସଞ୍ଜୟ ଟାଙ୍ଗୀ, ସୁବାସ ନାୟକ,ଅରୁଣ କୁମାର ନାୟକ, ଗୋବିନ୍ଦ ନାୟକ, ପ୍ରଶାନ୍ତ କୁମାର ନାୟକ, ହରେକୃଷ୍ଣ ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ସର୍ବ ଶେଷରେ ଧନଞ୍ଜୟ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l