logo

ଡିଆ ରେ ଆମ୍ବେଦକର ଜୟନ୍ତୀ ପାଳିତ

ଖୋର୍ଦ୍ଧା, ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗୀ ବ୍ଲକ ଡିଆ ପଂଚାୟତ ଅଧୀନ ଅନୁସୂଚିତ ସାହିରେ ଆମ୍ୱେଦକର ଜୟନ୍ତୀ ମହାଡ଼ମ୍ବରରେ ପାଳିତ ହୋଇଯାଇଅଛି l ଛତ୍ରପତି ସାହୁଜୀ ମହାରାଜା ଯୁଥ କ୍ଳବ ଆନୁକୂଲ୍ୟରେ ଆରତ ନାୟକ ଙ୍କ ପୌରାହିତ୍ୟ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅତିଥିଭାବେ ଭୁବନେଶ୍ୱର ସାଂସଦ ପାର୍ଥି ସଇଦ ୟାରୀଶ ନୱାଜ, ଟାଙ୍ଗୀ ବ୍ଲକ ଉପାଧକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା, ସରପଞ୍ଚ ପ୍ରଶାନ୍ତ ବେହେରା, ସିପିଆଇଏମ ନେତା ବିଧୁ ଭୂଷଣ ମହାରଣା, ବି ବି ଗୋଛାୟତ ପ୍ରମୁଖ ଯୋଗ ଦେଇଥିଲେ l ଭାରତୀୟ ସମ୍ଭିଧାନ ପ୍ରଣେତା ବି ଆର ଆମ୍ୱେଦକର ଙ୍କ ଜୟନ୍ତୀ ଅବସରରେ ତାଙ୍କର ଅବଦାନ ସମ୍ପର୍କରେ ଅତିଥିଗଣ ମାତାବ୍ୟକ୍ତ କରିଥିଲେ l ସଭାପତି ବନୋଜ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l କାର୍ଯ୍ୟକ୍ରମ କୁ ବିପିନ ନାୟକ ପରିଚାଳନା କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

5
1207 views