logo

ଡିଆ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ମାପ ଚିହ୍ନଟ

ଖୋର୍ଦ୍ଧା : ବହୁ ବାଦବିବାଦ ପରେ ଆଜି ନୂଆ ସରକାର ଆସିବା ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ଡିଆ ମହୋତ୍ସବ ରେ ଦେଇଥିବା ପ୍ରତିଶୃତି ପରେ ଆଜି ଡିଆ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇ ସ୍ଥାୟୀ ଭାବେ ପଥର ରେ ଚିହ୍ନଟ କରାଯାଇଛି । କପିଳେଶ୍ଵର ଙ୍କ ପିଠରେ ଥିବା ସରକାରୀ ଖାତା ନମ୍ବର 880 ଓ ପ୍ଲଟ ନଂ 2438ଏଵ 2442 ରେ ମାପ ଚି଼ହ୍ନଟ ହୋଇ ଥିବା ବେଳେ ଡିଆ ପଞ୍ଚାୟତ ରେ ଏକ ଖୁସି ର ଲହରୀ ଦେଖିବାକୁ ମିଳିଛି। ତାହା ଖୁବ ଶୀଘ୍ର କାର୍ଯ୍ୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବିଧାୟକ ଙ୍କ ନିର୍ଦେଶ ରେ କନିଷ୍ଠ ଯନ୍ତ୍ରୀ ରାଜଲକ୍ଷ୍ମୀ ପଣ୍ଡା, ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା,ରାଜସ୍ୱ ଅଧିକାରୀ ଯୋଗେଶ ନାୟକ, ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ଦୀପକ କୁମାର ପ୍ରଧାନ , ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ନାଥସର୍ମା,ତହସିଲ ଅମିନ ଦୁର୍ଯ୍ୟୋଧନ ବେହେରା,ନିରାକାରପୁର ରାଜସ୍ବ କାର୍ଯାଳୟ ସହଯୋଗୀ ନିରୁ ରାଉତରାୟ,ଥାନା ହାବିଲଦାର ରତ୍ନାକର ବେହେରା, ଗ୍ରାମବାସୀଙ୍କ ପକ୍ଷରୁ ନୃସିଂହ ରାଉତରାୟ,ଶରତ ସାହୁ ଯତୀନ ମହାନ୍ତି, ନୃସିଂହ ଦାଶ ସମେତ ଉପସ୍ଥିତ ରହି ମାପ କରି ସରପଞ୍ଚ ଓ ତହସିଲ କୁ ଏକ ମାପ ନିର୍ଣ୍ଣୟ କପି ପ୍ରଦାନ କରାଯାଇଛି ।ପଂଚାୟତ କାର୍ଯ୍ୟାଳୟ ଗୃହ ଯଥାଶୀଘ୍ର ଆରମ୍ଭ ହେବବୋଲି ଜଣାଅପଡ଼ିଛି

144
2120 views